fbpx

ଷ୍ଟାର ବିବାଦର ସମାଧାନ ପାଇଁ ଚାଲିଛି ଉଦ୍ୟମ: ତୃପ୍ତିଙ୍କ ଘରେ ବାବୁଙ୍କ ଘନିଷ୍ଠ ବନ୍ଧୁ

ଭୁବନେଶ୍ୱର: ବାବୁସାନ-ତୃପ୍ତି ବିବାଦର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି । ଗୋଟିଏ ପଟେ ଅଭିନେତା ବାବୁସାନ ମିଡିଆ ସ୬ାମନାରେ କିଛି କହୁ ନଥିବା ବେଳେ ଭିତରେ ଭିତରେ ତୃପ୍ତିଙ୍କୁ ବୁଝାଇବା ପାଇଁ ଚେଷ୍ଟା କରାଯାଉଛି । ଆଜି ପତ୍ନୀ ତୃପ୍ତି ମହାନ୍ତିଙ୍କ ଘରେ ପହଞ୍ଚିଛନ୍ତି ବାବୁସାନଙ୍କ ଘନିଷ୍ଠ ବନ୍ଧୁ ରବି ମିଶ୍ର । ବାବୁ ସାନଙ୍କୁ ଚେନ୍ନାଇରୁ ଆଣିବା ପରେ ଏବେ ତୃପ୍ତିଙ୍କୁ ବୁଝାଇବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି ରବି ।

ତୃପ୍ତିଙ୍କ ସତ୍ୟନଗରସ୍ଥିତ ଘରେ ତୃପ୍ତି ଏବଂ ତାଙ୍କ ପରିବାର ସହ ଘଣ୍ଟାଏ କାଳ ପର୍ଯ୍ୟନ୍ତ ବାବୁଙ୍କ ବନ୍ଧୁ ରବି ମିଶ୍ର ଆଲୋଚନା କରିଛନ୍ତି । ତେବେ ତୃପ୍ତିଙ୍କ ଘରୁ ବାହାରିବା ପରେ ଗଣମାଧ୍ୟମ ସାମନାରେ ପ୍ରତିକ୍ରିୟା ରଖିଛନ୍ତି ରବି ମିଶ୍ର । ଖୁବ ଶୀଘ୍ର ଏହି ବିବାଦର ଅନ୍ତ ହେବ ଏବଂ ଏହାର ଏକ ସ୍ଥାୟୀ ସମାଧାର ବାଟ ବାହାରିବ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଉଭୟ ପରିବାର ମଧ୍ୟରେ ସମ୍ପର୍କକୁ ସେ ପୁଣି ଥରେ ଯୋଡିବା ପାଇଁ ଚେଷ୍ଟା ଚଳାଇଛନ୍ତି । ତେଣୁ ଖୁବ ଶୀଘ୍ର ପତି ପତ୍ନୀ ଏବଂ ଉଭୟ ପରିବାର ମଧ୍ୟରେ ଆପୋଷ ବୁଝାମଣା ହୋଇ ସେମାନେ ଏକାଠି ହୋଇଯିବେ ବୋଲି କୁହାଯାଉଛି ।

Get real time updates directly on you device, subscribe now.