fbpx

ଆଜି କେତେ ବଢ଼ିଲା ପେଟ୍ରୋଲ-ଡିଜେଲ ଦାମ୍? ଜାଣନ୍ତୁ ଆପଣଙ୍କ ସହରର ରେଟ୍

Advertisement

ନୂଆଦିଲ୍ଲୀ: ବର୍ଦ୍ଧିତ ଦରଦାମ୍ ମଧ୍ୟରେ ଆସିଛି ଏକ ଆରାମଦାୟକ ଖବର । ଆଜି ଲଗାତାର ୨୭ ଦିନରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ସରକାରୀ ତୈଳ କମ୍ପାନୀଗୁଡ଼ିକ ୩ ମେ’ରେ ପେଟ୍ରୋଲ-ଡିଜେଲର ରେଟ୍ ଜାରି କରିଛନ୍ତି । ଶେଷଥର ପାଇଁ ଏପ୍ରିଲ ୬ରେ ପେଟ୍ରୋଲ-ଡିଜେଲର ଦାମ୍ ୮୦ ପଇସା ବୃଦ୍ଧି କରାଯାଇଥିଲା ।

ତେବେ ୨୨ ମାର୍ଚ୍ଚରୁ ପେଟ୍ରୋଲ-ଡିଜେଲ ବଢ଼ିବା ଆରମ୍ଭ ହୋଇଥିଲା ଓ ଏହାର ଦାମରେ ୧୪ ଥରବୃଦ୍ଧି କରିବା ପରେ ବନ୍ଦ ହୋଇଛି । ଗତ ୧୪ ଥର ବୃଦ୍ଧିରେ ପେଟ୍ରୋଲ-ଡିଜେଲ ୧୦ ଟଙ୍କା ମହଙ୍ଗା ହୋଇଛି । ପେଟ୍ରୋଲ-ଡିଜେଲ ଦାମ୍ ରେକର୍ଡ ୧୩୭ ଦିନ ପର୍ଯ୍ୟନ୍ତ ସ୍ଥିର ରହିବା ପରେ ମାର୍ଚ୍ଚ ୨୨ରୁ ବଢ଼ିଥିଲା ।

ତେବେ ଆସନ୍ତୁ ଜାଣିବା କେଉଁଠି ଲିଟର ପିଛା କେତେ ରହିଛି ପେଟ୍ରୋଲ-ଡିଜେଲ ଦର:-

– ଦିଲ୍ଲୀ ପେଟ୍ରୋଲ ୧୦୫.୪୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୬.୬୭ ଟଙ୍କା ।
– ମୁମ୍ବାଇ ପେଟ୍ରୋଲ ୧୨୦.୫୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୦୪.୭୭ ଟଙ୍କା ।
– ଚେନ୍ନାଇ ପେଟ୍ରୋଲ ୧୧୦.୮୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୦୦.୯୪ ଟଙ୍କା ।
– କୋଲକାତା ପେଟ୍ରୋଲ ୧୧୫.୧୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୯.୮୩ ଟଙ୍କା ।
– ନୋଏଡାରେ ପେଟ୍ରୋଲ ୧୦୫.୪୭ ଟଙ୍କା ଏବଂ ଲିଟର ପିଛା ଡିଜେଲ ୯୭.୦୩ ଟଙ୍କା ।
– ଲଖନଉ ରେ ପେଟ୍ରୋଲ ୧୦୫.୨୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୬.୮୩ ଟଙ୍କା ।
– ପୋର୍ଟ ବ୍ଲେୟାରରେ ପେଟ୍ରୋଲ ୯୧.୪୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୫.୮୩ ଟଙ୍କା ।
– ପାଟନାରେ ପେଟ୍ରୋଲ ୧୧୬.୨୩ ଟଙ୍କା ଏବଂ ଲିଟର ପିଛା ଡିଜେଲ ୧୦୧.୦୬ ଟଙ୍କା ।

Get real time updates directly on you device, subscribe now.