fbpx

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: ବାରବାଟୀ ଷ୍ଟାଡିମୟରେ ସଫଳ ଆୟୋଜନ ନେଇ ଓସିଏ ବୈଠକ

Advertisement

କଟକ(ଭାସ୍କର ନ୍ୟୁଜ): ଆସନ୍ତା ଜୁନ ୧୨ ତାରିଖ ଦିନ ସ୍ଥାନୀୟ ବାରବାଟୀ ଷ୍ଟାଡିମୟରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ କ୍ରିକେଟ ମ୍ୟାଚର ସଫଳ ଆୟୋଜନ ନେଇ ସୋମବାର ଦିନ ଅପରାହ୍ନରେ ଓଡିଶା କ୍ରିକେଟ ଆସୋସିଏସନର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । କରୋନା ମହାମାରୀ ସଂକ୍ରମଣ ପ୍ରଭାବ ହ୍ରାସ ପାଇଥିବା ବେଳେ ଏହି ମ୍ୟାଚ ଆୟୋଜନ ପାଇଁ ସୁଯୋଗ ମିଳି ଥିବାରୁ ମ୍ୟାଚ ପରିଚାଳନା କ୍ଷେତ୍ରରେ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିବା ପାଇଁ ଥିବା ମେଜର ଶେୟାର ହୋଲଡରଙ୍କ ସହିତ ଓସିଏ ମ୍ୟାନେଗମେଣ୍ଟ ଏ ସମ୍ପର୍କରେ ଆଲେଚନା ଆରମ୍ଭ କରିଛି ।

ଏହା ବ୍ୟତିତ ମ୍ୟାଚର ସଫଳ ଆୟୋଜନ ପାଇଁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବା ନେଇ କଟକ ଓ ଭୁବନେଶ୍ୱର କମିଶନରେଟ ପୋଲିସ ସହିତ ଓସିଏ ମ୍ୟାନେଜମେଣ୍ଟ ପକ୍ଷରୁ ଆଗାମୀ ସମୟରେ ଏକ ବୈଠକ ଆହ୍ବାନ କରାଯିବ । ଏହି ବୈଠକରେ ଓଡିଶା କ୍ରିକେଟ ଆୟୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି, ଓସିଏ ସମ୍ପଦେକ ସଞ୍ଜୟ ବେହେରା, ଯୁଗ୍ମ ସମ୍ପାଦକ ମେହତାବ ଖାନ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ ଶୁଭାଶୀଷ ସେନାପତି ଓ ଓସିଏର କାର୍ଯ୍ୟ ନିର୍ବାହୀ ସଦସ୍ୟ ଏବଂ ମୁଖ୍ୟ କାର୍ଯ୍ୟ ନିର୍ବାହୀ ସୁବ୍ରତ କୁମାର ବେହେରା ଯୋଗ ଦେଇଥିଲେ ।

Get real time updates directly on you device, subscribe now.