fbpx

କଟକରେ କରୋନା ସ୍ଥିତିକୁ ନେଇ କ’ଣ କହିଲେ ରାଜ୍ୟ ସରକାର?

କଟକ,୨୬ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନାର କାୟା ମାଡି ଚାଲିଛି । କଟକରେ କରୋନା ସ୍ଥିତି ନେଇ ସିଏମସି କମିସନର ଅନନ୍ୟା ଦାସ କହିଛନ୍ତି ଯେ, ‘ଗତ ସପ୍ତାହରେ କଟକରେ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୬୪ ଜଣଙ୍କ ମଧ୍ୟରୁ ୭୧% ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ଛୋଟ ପିଲା ଓ ବରିଷ୍ଠ ବ୍ୟକ୍ତିଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଆଜି କଟକରେ ୫୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରେ ଥିବା ଜଏଣ୍ଟ ଫ୍ୟାମିଲି ଅଧିକ ସତର୍କ ହେବା ଆବଶ୍ୟକ । ବର୍ତ୍ତମାନ ଆଣ୍ଟିଜେନ ପରୀକ୍ଷା ଆରମ୍ଭ ହୋଇଯାଇଛି । କଟକରେ ୩ଟି ସ୍ଥାନ କଣ୍ଟେନମେଣ୍ଟ ଜୋନରେ ରହିଛି ।’

ସେହିପରି କଟକରେ କରୋନା ସ୍ଥିତି ନେଇ କୃଷି ସଚିବ ସୌରଭ ଗର୍ଗ କହିଛନ୍ତି ଯେ, ‘କଟକରେ ମୋଟ୍ ୧୬୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗ୍ରାମାଞ୍ଚଳରେ ୧୦୦୨ ଓ କଟକ ସହରରେ ୬୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ୨୧୧ ଜଣ କରୋନା ଯୋର୍ଦ୍ଧା ଚିକିତ୍ସିତ ହେଉଛନ୍ତି । ନରସିଂହପୁର, ସାଲେପୁର, ମହାଙ୍ଗାରେ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ କଟକରେ ଡୋର ଡୁ ଡୋର ସର୍ଭେ ଚାଲିଛି । ପ୍ଲାଜମା ଦାନ କରି ଅନ୍ୟକୁ ସାହାର୍ଯ୍ୟ କରିବାକୁ ସେ କହିଛନ୍ତି । ଏହା ସହ କୋଣସି ଲକ୍ଷଣ ଥିଲେ ଜଣାଇବାକୁ ଲୋକଙ୍କୁ ସୌରଭ ଗର୍ଗ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.