fbpx
BJD SKY
BJD SKY

ସାଧାରଣ ଲୋକଙ୍କୁ ଶକ୍ତ ଝଟକା: ପୁଣି ବଢ଼ିବ ଚାଉଳ ରେଟ୍, ସରକାର କହିଲେ ଏହାର କାରଣ

BJD

ନୂଆଦିଲ୍ଲୀ: ଆଗାମୀ ସମୟରେ ଚାଉଳର ଦାମ୍ ଆହୁରି ବଢ଼ିବାର ସମ୍ଭାବନା ରହିଛି । ଖରିଫ ୠତୁରେ କମ୍ ଅମଳର ପୂର୍ବାନୁମାନ ଓ ଅଣ-ବାସୁମତି ଚାଉଳ ରପ୍ତାନିରେ ୧୧ ପ୍ରତିଶତ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଦାମ୍ ଆହୁରି ବଢ଼ିପାରେ । ଖାଦ୍ୟ ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା ଦିଆଯାଇଛି ।

ରପ୍ତାନି ନୀତିରେ ପରିବର୍ତ୍ତନ :-
ମନ୍ତ୍ରଣାଳୟଙ୍କ ଦ୍ୱାରା ଦିଆଯାଇଥିବା ସୂଚନାରେ ଭାରତର ଚାଉଳ ରପ୍ତାନି ନୀତିରେ ନିକଟରେ କରାଯାଇଥିବା ସଂଶୋଧନ ପଛରେ ବିସ୍ତୃତ କାରଣ ବର୍ଣ୍ଣନା କରାଯାଇଛି । ମନ୍ତ୍ରଣାଳୟ ଏହା ବି କହିଛି ଯେ, ଭାରତର ଚାଉଳ ରପ୍ତାନି ନିୟମରେ ସାମ୍ପ୍ରତିକ ପରିବର୍ତ୍ତନ ରପ୍ତାନି ପାଇଁ ଉପଲବ୍ଧତା ହ୍ରାସ ନକରି ଘରୋଇ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଛି ।

ସେପ୍ଟେମ୍ବର ଆରମ୍ଭରେ, ଭାଙ୍ଗିଯାଇଥିବା ଚାଉଳ ରପ୍ତାନି ଉପରେ ସରକାର ନିଷେଧାଦେଶ ଦେଇଥିଲେ ଏବଂ ଅଣ-ବାସୁମତି ଚାଉଳ ଉପରେ ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରିଥିଲେ । ଖାଦ୍ୟ ମନ୍ତ୍ରଣାଳୟ ଫ୍ୟାକ୍ଟ ସିଟରେ କହିଛି, ‘ଘରୋଇ ଚାଉଳ ମୂଲ୍ୟ ଏକ ଉନ୍ନତ ଧାରା ଦେଖାଉଛି ଏବଂ ପ୍ରାୟ ୬ ନିୟୁତ ଟନ୍ ଧାନ ଉତ୍ପାଦନ ଏବଂ ଅଣ-ବାସୁମତି ଚାଉଳ ରପ୍ତାନିରେ ୧୧ ପ୍ରତିଶତ ଅଭିବୃଦ୍ଧି ହେତୁ ଏହା ବୃଦ୍ଧି ପାଇପାରେ ।’

ତେବେ ଭାରତ ପକ୍ଷରୁ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଚୀନରେ ଖାଦ୍ୟ ସଙ୍କଟ ଦେଖାଦେଇପାରେ । ସରକାରଙ୍କ ଏହି ନିଷ୍ପତ୍ତି ମୂଲ୍ୟ ହ୍ରାସ କରିବ ବୋଲି ଆଶା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ସରକାର ଦେଇଥିବା ସୂଚନାରେ ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ପ୍ରକାଶ ପାଇଛି । ଚୀନ ପରେ ଭାରତ ହେଉଛି ସବୁଠାରୁ ବଡ଼ ଚାଉଳ ଉତ୍ପାଦନକାରୀ ଦେଶ । ବିଶ୍ୱ ବଜାରର ୪୦ ପ୍ରତିଶତ ଭାରତର ଚାଉଳ ରହିଛି । ୨୦୨୧-୨୨ ଆର୍ôଥକ ବର୍ଷରେ ଭାରତ ୨୧.୨ ନିୟୁତ ଟନ୍ ଚାଉଳ ରପ୍ତାନି କରିଛି । ଏଥିରେ ୩୪.୯ ଲକ୍ଷ ଟନ୍ ବାସୁମତି ଚାଉଳ ଥିଲା ।

Get real time updates directly on you device, subscribe now.