fbpx

ବର୍ଷର ଶେଷର ସୂର୍ଯ୍ୟ ପରାଗରେ ସତର୍କ ରୁହନ୍ତୁ ଏହି ୪ ରାଶିର ବ୍ୟକ୍ତି: ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଶ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହ ନକ୍ଷତ୍ର ଏକ ନିର୍ଦ୍ଧିଷ୍ଟ ସମୟରେ ସେମାନଙ୍କ ଗତି ପଥ ଏବଂ ରାଶି ପରିବର୍ତ୍ତନ କରିଥାନ୍ତି । ଯାହାଫଳରେ ଏହାର ପ୍ରଭାବ ପ୍ରତ୍ୟେକ ବ୍ୟକ୍ତି ଉପରେ ପଡିଥାଏ । ତେବେ ଚଳିତ ବର୍ଷ ଅକ୍ଟୋବର ୨୪ ତାରିଖରେ ଦୀପାବଳି ପର୍ବ ପଡୁଥିବା ବେଳେ ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ଅକ୍ଟୋବର ୨୫ ତାରିଖରେ ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ପଡୁଛି । ଏହି ପରାଗ ସମୟରେ ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ ରହିବେ । ଯାହାଫଳରେ ଏହା ମୋଟ ୧୨ ଟି ରାଶି ଉପରେ ତାର ପ୍ରଭାବ ପକାଇବ । କିନ୍ତୁ ଏହି ସୂର୍ଯ୍ୟ ପରାଗ ସମୟରେ ବିଶେଷ କରି ୪ଟି ରାଶିର ବ୍ୟକ୍ତି ଅଧିକ ସତର୍କ ରହିବା ଦରକାର । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ୪ ଟି ରାଶି ବିଷୟରେ ।

କନ୍ୟା: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚଳିତ ବର୍ଷ ସୂର୍ଯ୍ୟପରାଗ ସମୟରେ କନ୍ୟା ରାଶିର ବ୍ୟକ୍ତିମାନେ ଅଧିକ ସତର୍କ ରହିବା ଆବଶ୍ୟକ । କାରଣ ଏହି ସମୟରେ ଆପଣଙ୍କ ବ୍ୟବସାୟ କିମ୍ବା କାମ ମାନ୍ଦା ହୋଇପାରେ । ଏହି ସମୟରେ କୌଣସି ଶୁଭ କାମ କରନ୍ତୁ ନାହିଁ , ନଚେତ ଆପଣ କ୍ଷତି ସହି ପାରନ୍ତି । ତେବେ ଏହି ରାଶିର ବ୍ୟକ୍ତିମାନଙ୍କର ଆର୍ଥିକ ସମସ୍ୟା ଦେଖାଦେଇପାରେ ।

ବୃଷ: ସୂର୍ଯ୍ୟ ପରାଗ ସମୟରେ ବୃଷ ରାଶିର ବ୍ୟକ୍ତିମାନଙ୍କ ବେପାର ବାଣିଜ୍ୟରେ କ୍ଷତି ହୋଇପାରେ । ଏଥିସହିତ ସ୍ୱାସ୍ଥ୍ୟକୁ ନେଇ ଏହି ରାଶିର ବ୍ୟକ୍ତିମାନେ ଅଧିକ ସର୍ତକ ରହିବା ଆବଶ୍ୟକ । କାରଣ ଏହି ସୂର୍ଯ୍ୟ ପରାଗ ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି ।

ତୁଳା: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ସୂର୍ଯ୍ୟ ପରାଗ ଅଶୁଭ ରହିବ । ଆପଣ ଏହି ଦିନ ଜଗି ରଖି ଚାଲନ୍ତୁ ନଚେତ୍ କୌଣସି ପ୍ରକାର ଦୁର୍ଘଟଣାର ଶିକାର ହୋଇପାରନ୍ତି । ଏଥି ସହିତ ଆପଣଙ୍କ ଉପରେ ଶନିଙ୍କ ଦୃଷ୍ଟି ରହିବ । ଯେଉଁ କାରଣରୁ ଆପଣଙ୍କ ମନରେ ଡର ରହିବା ସହିତ ମାନସିକ ଦୁଃଶ୍ଚିନ୍ତା ମଧ୍ୟ ବଢିବ ।

ମିଥୁନ: ପରାଗ ସମୟରେ ମିଥୁନ ରାଶିର ବ୍ୟକ୍ତିମାନେ କୌଣସି ପ୍ରକାର ଜରୁରୀ କାର୍ଯ୍ୟ କରନ୍ତୁ ନାହିଁ । କାରଣ ଏହି କାର୍ଯ୍ୟରେ ଅନେକସ ମସସ୍ୟା ଉପୁଜିବ । ଏଥିସିହତ ଏହି ରାଶିର ବ୍ୟକ୍ତିମାନଙ୍କ ବୈବାହିକ ଜୀବନରେ ଅଶାନ୍ତି ଦେଖାଦେବ । ଏତତ୍ ବ୍ୟତୀତ ପରିବାବରେ କଳହ ଲାଗି ରହିବା ସହିତ ଆର୍ଥିକ ସମସ୍ୟା ମଧ୍ୟ ଦେଖାଦେବ ।

Get real time updates directly on you device, subscribe now.