ନୂଆଦିଲ୍ଲୀ: ଦେଶରେ କରାଯିବ ଜାତିଭିତ୍ତିକ ଜନଗଣନା । ଏ ନେଇ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କହିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଆଗାମୀ ଜନଗଣନାରେ ଜାତିଭିତ୍ତିକ ଜନଗଣନାକୁ ସାମିଲ କରାଯିବ । ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ ମିଳିଥିବା ସୂଚନା ।
ଜାତିଭିତ୍ତିକ ଜନଗଣନାକୁ ନେଇ ବିରୋଧୀ କଂଗ୍ରେସ ସବୁବେଳେ ରାଜନୀତି କରୁଥିବାବେଳେ ସେମାନଙ୍କୁ ମିଳିଛି ଜବାବ୍ । ବୁଧବାର କ୍ୟାବିନେଟ ବୈଠକ ପରେ ଜାତିଭିତ୍ତିକ ଜନଗଣନାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।
କ୍ୟାବିନେଟ ବୈଠକ ପରେ ରେଳମନ୍ତ୍ରୀ ବୈଷ୍ଣବ ପ୍ରେସ କନଫରେନ୍ସ ଜରିଆରେ ଦେଇଛନ୍ତି ବଡ଼ ସୂଚନା । ଏଥି ସହ ବିରୋଧୀ କଂଗ୍ରେସକୁ ମଧ୍ୟ ସମାଲୋଚନା କରିଛନ୍ତି ।