fbpx

ସରକାର ସ୍ଥିର କରିବେ ରତ୍ନ ଭଣ୍ଡାର ଖୋଲିବା ତାରିଖ: ଜଷ୍ଟିସ୍ ଅରିଜିତ୍ ପଶାୟତ

Advertisement

ଭୁବନେଶ୍ୱର: ଆଜି ଭୁବନେଶ୍ୱର ପହଞ୍ଚିଛନ୍ତି ରତ୍ନଭଣ୍ଡାର ଯାଞ୍ଚ୍ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତ । ଆସନ୍ତା ଜୁଲାଇ ୭ ତାରିଖରେ ରଥଯାତ୍ରା ଥିବାରୁ ୮ ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ସମ୍ଭାବନା କମ୍ ରହିଛି । ତେଣୁ ଯେବେ ସରକାର ନିଷ୍ପତ୍ତି ନେବେ ସେବେ ଏହା ଖୋଲାଯିବ ବୋଲି ଭୁବନେଶ୍ୱର ପହଞ୍ଚିବା ପରେ ଗଣମାଧ୍ୟମକୁ ଶ୍ରୀ ପଶାୟତ ସୂଚନା ଦେଇଛନ୍ତି । ତେବେ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ସେ ପୁରୀରେ ରହିବେ ବୋଲି ଜଣାପଡ଼ିଛି ।

ଶୁକ୍ରବାର ଜଷ୍ଟିସ ଅରିଜିତ୍ ପଶାୟତ ପୁରୀ ପହଞ୍ଚିବା ପରେ ରତ୍ନଭଣ୍ଡାର ଇନଭେଣ୍ଟୋରୀ କମିଟିର ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥର ରତ୍ନ ଭଣ୍ଡାର କେବେ ଖୋଲାଯିବ ? ଗଣତି କେବେ ଆରମ୍ଭ ହେବ ? ରତ୍ନଭଣ୍ଡାର ମରାମତି କେବେ ହେବ ? ଇତ୍ୟାଦି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇପାରେ । ତେବେ ରତ୍ନଭଣ୍ଡାର ମରାମତି ଓ ରତ୍ନ ଗଣତି ଉପରେ କ’ଣ ନିଷ୍ପତ୍ତି ହେଉଛି ତା’ ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି । କହିରଖୁଛୁ ଏହା ପୂର୍ବରୁ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯାଇ ଗଣତି ହୋଇଥିଲା ।

Get real time updates directly on you device, subscribe now.