fbpx

୧୮ରୁ ୪୦ ବର୍ଷର ଲୋକଙ୍କୁ ପ୍ରତି ମାସରେ ୧୮୦୦ ଟଙ୍କା ଦେବେ କେନ୍ଦ୍ର ସରକାର, ଜାଣନ୍ତୁ କ’ଣ ରହିଛି ମାମଲା?

Advertisement

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ସରକାରୀ ଯୋଜନା ପରିଚାଳିତ ହେଉଛି, ଯାହା ଅଧୀନରେ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି, ଯେଉଁଥିରେ କୁହାଯାଇଛି ଯେ ସରକାର ପିଏମ ମାନଧନ ଯୋଜନା ଅଧିନରେ ୧୮ରୁ ୪୦ ବର୍ଷର ଲୋକଙ୍କୁ ପ୍ରତି ମାସରେ ୧୮୦୦ ଟଙ୍କା ଦେଉଛନ୍ତି । ପିଆଇବି ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ।

ପିଆଇବି ଏହି ପୋଷ୍ଟକୁ ଦେଖି ଫ୍ୟାକ୍ଟ ଚେକ୍ ମାଧ୍ୟମରେ ଏହାର ସତ୍ୟତା ଜାଣିବାକୁ ଚେଷ୍ଟା କରିଥିଲା । ସେହି ଟ୍ୱିଟରେ ଲେଖାଥିଲା କି, ଏକ ଅନଲାଇନ୍ ଫର୍ମ ପୂରଣ କରିବା ପରେ ପ୍ରଧାନମନ୍ତ୍ରୀ ମାନଧନ ଯୋଜନା ଅଧିନରେ କେନ୍ଦ୍ର ସରକାର ୧୮ରୁ ୪୦ ବର୍ଷର ଲୋକଙ୍କୁ ପ୍ରତି ମାସରେ ୧୮୦୦ ଟଙ୍କା ଦେଉଛନ୍ତି ।

କିନ୍ତୁ ଫ୍ୟାକ୍ଟ ଚେକର ଅନୁସନ୍ଧାନ ପରେ ଜଣାପଡିଲା କି, ଏହା ସମ୍ପୂର୍ଣ୍ଣ ଫେକ୍ । କାହିଁକି ନା ପିଏମ ମାନଧନ ଯୋଜନା ଏକ ପେନସନ୍ ଯୋଜନା । ଏଥିରେ ହିତାଧିକାରୀଙ୍କୁ ୬୦ ବର୍ଷ ପରେ ହିଁ ପେନସନ୍ ମିଳିଥାଏ । ଏହା ପୂର୍ବରୁ ସରକାର କାହାକୁ ବି କିଛି ଟଙ୍କା ଦିଅନ୍ତି ନାହିଁ ।

ତେବେ କୌଣସି ସରକାରୀ ଯୋଜନା ବିଷୟରେ ଆପଣ ସରକାରୀ ୱେବସାଇଟରୁ ସୂଚନା ନିଅନ୍ତୁ ଓ ତା’ ଉପରେ ବିଶ୍ୱାସ କରନ୍ତୁ । ଏହା ବ୍ୟତୀତ ଆପଣ ଅଫିସିଆଲ ଲିଙ୍କ https://maandhan.in/shramyogi କୁ ଯାଇ ମଧ୍ୟ ସୂଚନା ପାଇପାରିବେ ।

Get real time updates directly on you device, subscribe now.