fbpx

ଲକ୍-ଡାଉନ୍ ହଟାଇବା ପରେ କଣ ରହିଛି ସରକାରଙ୍କ ଯୋଜନା?

ନୂଆଦିଲ୍ଲୀ,୬ ।୪: ଚୀନରୁ ବ୍ୟାପିଥିବା କରୋନା ଭାଇରସ୍ ଭାରତ ସମେତ ବିଶ୍ୱର ବହୁ ଦେଶକୁ ନିଜ କବଜାକୁ ନେଇ ସାରିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦୦ ଅତିକ୍ରମ କରିସାରିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଦେଶକୁ ୨୧ ଦିନ ପର୍ଯ୍ୟନ୍ତ ଲକ୍-ଡାଉନ୍ ରଖାଯାଇଛି । ବର୍ତ୍ତମାନ ଦେଶରେ ଟ୍ରେନ୍, ବସ୍, ଅଟୋ, ବିମାନ ସେବା ବନ୍ଦ ରହିଥିବା ବେଳେ ଏଭଳି ପରିସ୍ଥିତି ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ରହିବ । ଏପ୍ରିଲ ୧୫ରୁ ପର୍ଯ୍ୟାୟକ୍ରମେ ଲକ୍-ଡାଉନ୍ ଖୋଲିବାକୁ ସରକାର ଚିନ୍ତା କରୁଛନ୍ତି । ଏହା ପରେ ୧୫ ତାରିଖରୁ ପୁଣି ଥରେ ଲକ୍ ଡାଉନ୍ ଘୋଷଣା କରାଯାଇପାରେ ।

ଇଣ୍ଡିଆ ଡୁଟେ ରିପୋର୍ଟ ମୁତାବକ,ଏପ୍ରିଲ ୩ରେ ହୋଇଥିବା ଗ୍ରୁପ୍ ଅଫ୍ ମିନିଷ୍ଟର୍ସ (ଗୋଏମ୍) ବୈଠକରେ ଏହି ବିଷୟ ଉପରେ ଆଲୋଚନା ହୋଇଥିଲା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତିରେ୧୬ ଜଣ ସଦସ୍ୟ କେଭିଡ-୧୯କୁ ନେଇ ଆଲୋଚନା କରିଥିଲେ । କରୋନାର ମୁକାବିଲା ପାଇଁ ୪୦ ପ୍ରତିଶତ କ୍ରିଟିକାଲ ଚିକିତ୍ସା ଉପକରଣର ଆବଶ୍ୟକତା ରହିଛି ।

ତେବେ ରିପୋର୍ଟ ମୁତାବକ, କେନ୍ଦ୍ର ସରକାର ଏପ୍ରିଲ ୧୫ରୁ ପର୍ଯ୍ୟାୟକ୍ରମେ ତାଲା ହଟାଇ ପାରିବେ । ଏହି ସମୟରେ ଅତ୍ୟାବଶ୍ୟକ ଜିନିଷର ଯୋଗାଣ ପୂର୍ବ ପରି ଜାରି ରହିବ, କିନ୍ତୁ ପ୍ରତ୍ୟେକ ପରିସ୍ଥିତିରେ ସାମାଜିକ ଦୂରତାକୁ ଅନୁସରଣ କରିବାକୁ ପଡିବ । ଯଦି ଲକ୍-ଡାଉନ୍ ହଟାଯିବ, ତେବେ ସିନେମା ହଲ୍, ଫୁଡ୍ କୋର୍ଟ, ରେଷ୍ଟୁରାଣ୍ଟ ଓ ଧାର୍ମିକ ସ୍ଥାନଗୁଡିକ ବନ୍ଦ ରହିବ । ମଲଗୁଡିକରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲା ରହିବ ।

Get real time updates directly on you device, subscribe now.