fbpx

ଗଭିର ପାଣିରେ ବି କାମ କରିବ ଫ୍ୟୁଚର ଆଇଫୋନ୍, ଉଠାଇହେବ ଫଟୋ ଓ ଭିଡ଼ିଓ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଆତଙ୍କ ଜାରି ରହିଛି । ଏହାରି ମଧ୍ୟରେ ନାମୀ କମ୍ପାନୀ ଆପଲ୍ ନିଜର ଫ୍ୟୁଚର ଆଇଫୋନ୍କୁ ଅଧିକ ପାରଦର୍ଶୀ କରିବାରେ ଲାଗିପଡ଼ିଛି । ନିକଟରେ ଆପଲ୍ର ନୂତନ ପେଟେଣ୍ଟ ରିପୋର୍ଟ ଇଣ୍ଟରନେଟ୍ରେ ସ୍ପଟ୍ କରାଯାଇଛି । ଏଥିରେ ଅପକମିଂ ଆଇଫୋନ୍ର ଝଲକ ଦେଖିବାକୁ ମିଳିଛି । ନୂତନ ପେଟେଣ୍ଟ ଅନୁସାରେ, ଆପଲ୍ ଆଇଫୋନ୍କୁ ୱାଟରପ୍ରୁଫ୍ କରାଯାଉଛି । ଏପରିକି ଅନେକ ଦିନ ପୂର୍ବରୁ ହଜି ଯାଇଥିବା ଆଇଫୋନ୍ ପାଣି ଭିତରୁ ମିଳିଲେ ମଧ୍ୟ ଏହା ଠିକ୍ ଭାବେ କାମ କରିବ । ଏହାସହ ଆପଲ୍ ଇନ୍ସାଇଡ଼ର ରିପୋର୍ଟ ଅନୁସାରେ, ଏହି ଧରଣର ଫୋନ୍କୁ ଗଭିର ପାଣି ଭିତରେ ମଧ୍ୟ ଉପଯୋଗ କରାଯାଇପାରିବ । ଅର୍ଥାତ ଫଟୋ ଓ ଭିଡ଼ିଓ ଉତ୍ତୋଳନ ମଧ୍ୟ କରିହେବ । ଆଡ଼ଭେଞ୍ଚର ଆକ୍ଟିଭିଟି, ସୁଇମିଂ ସମୟର ଫଟୋ ଓ ଭିଡ଼ିଓ ଉଠାଇହେବ ।

Get real time updates directly on you device, subscribe now.