fbpx

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଗୋବିନ୍ଦା

ନୂଆଦିଲ୍ଲୀ,୨୯ ।୧୨: ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି । କଳା କୋଟ ଓ ମଥାରେ ଟୀକା ଲଗାଇ ଯୋଗୀଙ୍କୁ ଦେଖା କରିବା ବ୍ୟତୀତ ପ୍ରସିଦ୍ଧ ଗୋରଖନାଥ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି । ଯୋଗୀ ଓ ଗୋବିନ୍ଦାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁହିଁଙ୍କର ସାକ୍ଷାତକାର ପ୍ରାୟ ୫୦ ମିନିଟ ଧରି ଚାଲିଥିଲା ।

ତେବେ ଆଜି ସକାଳ ୯ଟାରେ ଗୋବିନ୍ଦା ଗୋରଖନାଥ ମନ୍ଦିରରେ ପହଞ୍ଚି ଦର୍ଶନ କରିଥିଲେ । ମନ୍ଦିରର ବୈଠକ କକ୍ଷରେ ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ଗୋବିନ୍ଦାଙ୍କ ମଧ୍ୟରେ ଉତ୍ତରପ୍ରଦେଶରେ ଚଳଚ୍ଚିତ୍ର ଶୁଟିଂ ଓ ଇକୋ ଟୁରିଜିମ୍‍କୁ ପ୍ରୋତ୍ସାହନ ଦେବା ସହିତ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନ ହୋଇଛି । ଏହା ସହିତ ମୁଖ୍ୟମନ୍ତ୍ରୀ ଗୋବିନ୍ଦାଙ୍କୁ ମାନବତାର ଅମୂର୍ତ୍ତ ସାଂସ୍କୃତିକ ଐତିହ ପ୍ରୟାଗରାଜ କୁମ୍ଭ -୨୦୧୯ର ପୁସ୍ତକ ମଧ୍ୟ ଉପହାର ଦେଇଛନ୍ତି ।

Get real time updates directly on you device, subscribe now.