fbpx
BJD
BJD SKY
BJD SKY

ଅଫଲାଇନ ମେଟ୍ରିକ୍ ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ ସରକାର; ଜାଣନ୍ତୁ କେବେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପରୀକ୍ଷା ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ବର୍ଦ୍ଧିତ ଅସନ୍ତୋଷକୁ ଦୃଷ୍ଟିରେ ରଖି ନୂତନ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି ସରକାର । ଆସନ୍ତା ଜୁଲାଇ ୩୦ ତାରିଖରୁ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ପରୀକ୍ଷା କରିବା ସମ୍ପର୍କରେ ଘୋଷଣା କରିଛନ୍ତି । ପରୀକ୍ଷା ପାଇଁ ଆସନ୍ତା ଜୁଲାଇ ୫ ତାରିଖରୁ ଫର୍ମପୂରଣ ଆରମ୍ଭ ହେବ । ୫-୧୪ ମଧ୍ୟରେ ଫର୍ମ ଫିଲପ୍ କରି ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ । ଅଗଷ୍ଟ ୫ ତାରିଖ ଯାଏଁ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ନିଜ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ । ଅଗଷ୍ଟ ୫ ତାରିଖ ଯାଏଁ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ । କେବଳ ଗଣିତ ପରୀକ୍ଷାରେ ଅତିରିକ୍ତ ୧୫ ମିନିଟ୍ ସମୟ ପ୍ରଦାନ କରାଯିବ । କରୋନା କାରଣରୁ ମେଟ୍ରିକ୍ ପରୀକ୍ଷା ବାତିଲ କରାଯାଇଥିବା ବେଳେ ପୂର୍ବ ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀଙ୍କୁ ପାଶ କରାଯାଇଥିଲା । ରେକର୍ଡ ପାଶହାର ହୋଇଥିଲେ ହେଁ ମାର୍କକୁ ନେଇ ବହୁତ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.