fbpx
BJD SKY
BJD SKY

ନିୟମ ଆଣିଲେ ସରକାର: ପ୍ରଥମରୁ ଦଶମ ଶ୍ରେଣୀ ପିଲା କେତେ ଓଜନର ବ୍ୟାଗ ପକାଇବେ, ୪ ଦିନ ‘ନୋ ବ୍ୟାଗ୍ ଡେ’

BJD

ନୂଆଦିଲ୍ଲୀ: ସ୍କୁଲ ପିଲାଙ୍କ ପାଇଁ ଓଜନିଆ ବ୍ୟାଗ ବୋହିବା ଏକ ବଡ଼ ସମସ୍ୟା । ୧-୨ ଶ୍ରେଣୀରେ ପଢ଼ୁôଥବା ଛୋଟ ପିଲାଙ୍କୁ ଓଜନିଆ ବ୍ୟାଗ ଦେବା ଫଳରେ ସେମାନେ ବହୁତ କଷ୍ଟ ଅନୁଭବ କରିଥାନ୍ତି । ଏପରିସ୍ଥଳେ ବ୍ୟାଗ ସେମାନଙ୍କ ପାଇଁ ଏକ ବୋଝ ପାଲଟି ଯାଇଥାଏ । ତେବେ ଏନେଇ ସରକାର ଏକ ନୂଆ ନିୟମ ଆଣିଛନ୍ତି । ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସରକାରଙ୍କ ତରଫରୁ ସ୍କୁଲ ବ୍ୟାଗର ଓଜନ ନର୍ଦ୍ଧାରଣ କରାଯାଇଛି ।

ସୂଚନା ମୁତାବକ, କର୍ଣ୍ଣାଟକ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏଭଳି ନିୟମ ଲାଗୁ କରାଯାଇଛି । ୨୦୧୯ ପରେ ରାଜ୍ୟ ସରକାର ପୁଣି ଥରେ ଏହି ନିୟମକୁ କଡ଼ାକଡ଼ି କରିବାକୁ ଯାଉଛନ୍ତି । ପିଲାମାନେ ସପ୍ତାହରେ ଗୋଟିଏ ଦିନ ପାଇଁ ସ୍କୁଲକୁ ବ୍ୟାଗ ନେଇ ଯିବେ ନାହିଁ । ବ୍ୟାଗର ସର୍ବାଧିକ ଓଜନ ପିଲାଙ୍କର ଓଜନର ୧୫ ପ୍ରତିଶତରୁ ଅଧିକ ହେବା ଅନୁଚିତ ।

ନୂଆ ଗାଇଡଲାଇନ ଅନୁସାରେ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ବ୍ୟାଗର ଓଜ ୧.୫ରୁ ୨ କେଜି, ୩ୟରୁ ୫ମ ଶ୍ରେଣୀର ପିଲାଙ୍କ ପାଇଁ ବ୍ୟାଗର ଓଜର ୨-୩ କେଜି, ୬-୮ ଶ୍ରେଣୀର ପିଲାଙ୍କ ପାଇଁ ୩-୪ କେଜି, ୯ମ-୧୦ମ ପିଲାଙ୍କ ପାଇଁ ୪-୫ କେଜି ଓଜନର ବ୍ୟାଗ ରହିବା ଜରୁରୀ । ସ୍କୁଲମାନଙ୍କରେ ସପ୍ତାହକୁ ଗୋଟିଏ ଦିନ ‘ନୋ ବ୍ୟାଗ ଡେ’ ପାଳନ କରାଯିବ । ଏହି ଆଦେଶକୁ କଡ଼ାକଡ଼ି କରାଯିବାକୁ ସବୁ ବ୍ଲକ ଶିକ୍ଷା ଅଧିକାରୀ (ବିଡିଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.