fbpx

ଭକ୍ତଙ୍କୁ ଜନ୍ମବେଦୀରେ ଦର୍ଶନ ଦେବେ ମହାପ୍ରଭୁ : ଆଜିଠୁ ମିଳିବ ଆଡ଼ପ ଅବଢ଼ା

ପୁରୀ : ଶ୍ରୀ ଗୁଣ୍ଡିଚା ଯାତ୍ରାରେ ଦୁଇ ଦିନର ଲୀଳା ସାରି ନିଜ ଜନ୍ମବେଦୀରେ ବିଜେ କରିଛନ୍ତି ଶ୍ରୀଜିଉ । ଗୁରୁବାର ସନ୍ଧ୍ୟାରେ ରଥ ଉପରେ ଆଳତି ସାରି ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ବିରାଜ ମାନ ହୋଇଛନ୍ତି ଆଡ଼ପ ମଣ୍ଡପରେ । ଜନ୍ମବେଦୀକୁ ପହଣ୍ଡି ବେଳେ ଘଣ୍ଟ ସାଙ୍ଗକୁ ହୁଳହୁଳି, ହରିବୋଲ ଏବଂ ଜୟ ଜଗନ୍ନଥ ଡାକରେ କମ୍ପି ଉଠୁଥିଲା ଖଣ୍ଡମଣ୍ଡଳ । ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ଦେଖି ଲକ୍ଷାଧିକ ଭକ୍ତ ପୂଣ୍ୟ ଅର୍ଜନ କରିଛନ୍ତି ।

ଶୁକ୍ରବାର ଠାରୁ ଶ୍ରଦ୍ଧାଳୁ ଠାକୁରଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିବେ, ଏହା ସହିତ ଆଡପ ଅବଢା଼ ଖାଇବାର ସୌଭାଗ୍ୟ ମଧ୍ୟ ପାଇବେ । ରଥ ବିଳମ୍ବରେ ପହଞ୍ଚିବାରୁ ଚଳିତ ବର୍ଷ ୫ ଦିନ ଅବଢ଼ା ମିଳିବ । କୁହାଯାଇଛି ଯେ, ଥରେ ଆଡ଼ପ ମଣ୍ଡପ ଦର୍ଶନ, ଦଶବର୍ଷ ଶ୍ରୀ ମନ୍ଦିର ଦର୍ଶନ ସହ ସମାନ । କାରଣ ଏହି ସମୟରେ ମହାପ୍ରଭୁ ଆନନ୍ଦରେ ଥାନ୍ତି, ଏହି ସମୟରେ ଯାହା ଶ୍ରଦ୍ଧାଳୁ ମାଗନ୍ତି ଠାକୁର ତାଙ୍କ ମନସ୍କାମନା ପୂରଣ କରିଥାନ୍ତି ।

ଏଥିଯୋଗୁଁ ଶ୍ରଦ୍ଧାଳୁ ମାନଙ୍କର ଏହି ସମୟରେ ଭିଡ ଜମିଥାଏ । ଦୂର-ଦୂରାନ୍ତରୁ ଲକ୍ଷାଧିକ ଭକ୍ତ ଏହି ସମୟରେ ଆସିଥାନ୍ତି । ଆଡ଼ପ ଦର୍ଶନ ଲାଗି ଭକ୍ତ ମାନଙ୍କ ଅଧିକ ଭିଡ଼ ଲାଗିବାର ସମ୍ଭାବନା ହେତୁ ପୋଲିସ ପକ୍ଷରୁ ସୁରକ୍ଷାର ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

Get real time updates directly on you device, subscribe now.