fbpx
BSKY
BJD MS SKY
BJD YOUTH SKY

PoK ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଏନକାଉଣ୍ଟରରେ ଟଳିଲେ ୪ ଆତଙ୍କବାଦୀ

ନୂଆଦିଲ୍ଲୀ: ଦେଶର ଜମ୍ମୁ କଶ୍ମୀରରେ ଅଧିକାଂଶ ସମୟରେ ଆତଙ୍କବାଦୀଙ୍କ ଆକ୍ରମଣ କାର୍ଯ୍ୟକଳାପ ଚାଲିଥାଏ । ତେବେ ପାକ୍ ଅଧିକୃତ କଶ୍ମୀର (ପିଓକେ) ରେ ଆତଙ୍କବାଦୀମାନେ ପୁଣି ଥରେ ଅନୁପ୍ରବେଶ ଉଦ୍ୟମ କରିଛନ୍ତି । ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଏହା ପୂର୍ବରୁ ଗତ ୧୬ ତାରିଖରେ ଜମ୍ମୁ କଶ୍ମୀରର କୁପୱାରାରେ ସୁରକ୍ଷା କର୍ମୀ ଓ ପୋଲିସର ମିଳିତ ଅପରେସନରେ ୫ ଣ ଆତଙ୍କବାଦୀ ନିପାତ ହୋଇଥିଲେ ।

ଆଜି ଭାରତୀୟ ସେନା ଓ ପୋଲିସର ଏକ ମିଳିତ ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି । କୁପୱାରାର ମାଛଳ ସେକ୍ଟର କାଲା ଜଙ୍ଗଲରେ ସୁରକ୍ଷାକର୍ମୀମାନେ ୪ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି । ସମସ୍ତ ଆତଙ୍କବାଦୀମାନେ ପାକିସ୍ତାନ ଅଧିକୃତ ଜମ୍ମୁ କଶ୍ମୀରରେ ଥିବା ଭାରତର ସୀମା ଭିତରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିଲେ । ଏନେଇ କଶ୍ମୀର ଜୋନ ପୋଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଏନେଇ ସେନା ପକ୍ଷରୁ କୁହାଯାଇଛି, ଆତଙ୍କବାଦୀଙ୍କ ବିଷୟରେ ସୂଚନା ମିଳିବା ପରେ ଆର୍ମି ଓ ଜମ୍ମୁ କଶ୍ମୀର ପୋଲିସ ଏକ ମିଳିତ ଅପରେସନ ଆରମ୍ଭ କରିଥିଲା । ଏନେଇ କୁପୱାରାର ମାଛଲ ସେକ୍ଟରରେ ଆଲର୍ଟ ଜାରି କରାଯାଇଥିଲା । ଗୋଟିଏ ସପ୍ତାହ ପୂର୍ବରୁ ଏଲଓସିର ଜାମଗଣ୍ଡ କେରାନ ଅଞ୍ଚଳରେ ଏକ ମିଳିତ ଅପରେସନ କରାଯାଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା । ଅନ୍ୟପକ୍ଷରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ବଜ୍ର ଡିଭିଜନର ଜେନେରାଲ କମାଣ୍ଡିଂ ଅଫିସର କହିଛନ୍ତି ।

Get real time updates directly on you device, subscribe now.