fbpx
BSKY SKY
BSKY SKY

ଘରକୁ ଯିବା ପାଇଁ ଛୁଟି ମିଳିଲାନି: ଡେପୁଟି କଲେକ୍ଟର ଦେଲେ ଇସ୍ତଫା, ବଡ଼ ଅଫିସରଙ୍କ ଅବସ୍ଥା ଏପରି, ତଳିଆ କର୍ମଚାରୀଙ୍କ କଥା ଛାଡ଼

BSKY
ନୂଆଦିଲ୍ଲୀ: ଚାକିରି ସରକାରୀ ହେଉ କି ବେସରକାରୀ, ସବୁ କ୍ଷେତ୍ରରେ ଛୁଟି ଏକ ବଡ଼ ସମସ୍ୟା । ଅନେକ ସମୟରେ କିଛି ବ୍ୟକ୍ତିଗତ ସମସ୍ୟା ପାଇଁ କର୍ମଚାରୀଙ୍କୁ ଛୁଟି ମିଳିନଥାଏ । ଏପରି ସ୍ଥିତିରେ ସମ୍ପୃକ୍ତ କର୍ମଚାରୀ ଚାପଗ୍ରସ୍ତ ହେବା ସ୍ୱାଭାବିକ । ତେବେ ଏହା ମଧ୍ୟରେ ଛୁଟିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଘରୋଇ କାମ ପାଇଁ ଛୁଟି ନ ମିଳିବାରୁ ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।
ସୂଚନା ମୁତାବକ, ମଧ୍ୟପ୍ରଦେଶରୁ ଆସିଛି ଏଭଳି ଏକ ଖବର । ଛତରପୁର ଜିଲ୍ଲାର ଲବକୁଶନଗରରେ ଏସଡିଏମ ଭାବେ କାର୍ଯ୍ୟରତ ନିଶା ବାଙ୍ଗରେଙ୍କୁ ଛୁଟି ନ ମିଳିବାରୁ ସେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଡେପୁଟି କଲେକ୍ଟର ନିଶା ଏହି କାରଣରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏ ବାବଦରେ ନିଶା ସାଧାରଣ ପ୍ରଶାସନ ବିଭାଗକୁ ଏକ ଚିଠି ଲେଖିଛନ୍ତି । ଏଥିସହିତ ଜରୁରୀ ସମୟରେ ଛୁଟି ନ ଦେବା ଓ ଧାର୍ମିକ ଭାବନାକୁ କ୍ଷତି ପହଞ୍ଚା ଯାଇଥିବା ଅଭିଯୋଗ ଆଣିଛନ୍ତି ଏହି ରାଜ୍ୟ ପ୍ରଶାସନିକ ସେବା ଅଧିକାରୀ ।
ନିଶା ଲେଖିଛନ୍ତି, ମୁଁ ଘରର ଉଦଘାଟନ ଉତ୍ସବରେ ଉପସ୍ଥିତ ହୋଇ ନଥିବାରୁ ଚାପରେ ରହିଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବିଶ୍ୱ ଶାନ୍ତିଦୂତ ତଥାଗତଙ୍କ ଅସ୍ଥିକୁ ଦର୍ଶନ କରିବାର ଥିଲା । ମାତ୍ର ସେନେଇ ଅନୁମତି ମିଳି ନଥିବାରୁ ମୋର ଧାର୍ମିକ ଭାବନାକୁ ବଡ଼ ଆଘାତ ଲାଗିଛି । ତେଣୁ ନିଜର ମୌଳିକ ଅଧିକାର ଧାର୍ମିକ, ଆସ୍ଥା ଓ ସାମ୍ବିଧାନିକ ମୂଲ୍ୟର ବୁଝାମଣା କରି ମୁଁ ଡେପୁଟି କଲେକ୍ଟର ପଦରୁ ଇସ୍ତଫା ଦେଉଛି । ଜୁନ ମାସ ୨୨ ତାରିଖଠାରୁ ମୁଁ ତ୍ୱରିତ ଭାବେ ଇସ୍ତଫା ପ୍ରଦାନ କରୁଛି । ସୂଚନାଯୋଗ୍ୟ ଯେ, ନିଶା ଗତ ୨୦୧୬ରେ ଏମପିପିଏସ ପରୀକ୍ଷାରେ ସଫଳତା ହାସଲ କରିଥିଲେ ।

Get real time updates directly on you device, subscribe now.