fbpx
BJD SKY
BJD SKY

Video: ସରକାରୀ ବ୍ରାଣ୍ଡ ପାନ କରି କମାଲ୍ କରିଲେ ସରକାରୀ କର୍ମଚାରୀ…

BJD

ଗଂଜାମ: ଡ୍ୟୁଟି ସମୟରେ ଡ୍ୟୁଟି ନ କରି ମଦ ପିଇ ରାସ୍ତାରେ ଗଡୁଛନ୍ତି ସରକାରୀ କର୍ମଚାରୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ସହରରେ। ଅଫିସ୍ ସମୟରେ ଅଫିସ୍ରେ ନରହି ଜଣେ ସରକାରୀ କର୍ମଚାରୀ ରାସ୍ତାକଡ଼ରେ ମଦ ପିଇ ଅଚେତ ଅବସ୍ଥାରେ ପଡ଼ି ରହିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କର୍ମଚାରୀ ଜଣକ ବୁଗୁଡ଼ା ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଫୁଲ ଚନ୍ଦ୍ର ସାହୁ ବୋଲି ଜଣାପଡ଼ଛି।

ଆଜି ଶନିବାର ପୂର୍ବାହ୍ନ ପ୍ରାୟ ଦିନ ୧୧ଟାରେ ପିଇଓ ମୁଖ୍ୟ ସଡ଼କରେ ଚାଲିଚାଲି ଆସୁଥିବା ବେଳେ ସ୍ଥାନୀୟ ଇଣ୍ଡିଆନ୍ ବ୍ୟାଙ୍କ ସମ୍ମୁଖରେ ହଠାତ୍ ଟଳି ପଡ଼ିଥିଲେ। କିଛି ଅସୁବିଧା ହେଲା ଭାବି ଆଖ ପାଖରେ ଥିବା ଲୋକେ ତାଙ୍କୁ ଉଠାଇ ରାସ୍ତାକଡ଼କୁ ନେଇଥିଲେ। ତେବେ ତାଙ୍କ ପାଟିରୁ ମଦ ଗନ୍ଧ ବାହାରୁଥିବା ଏବଂ ସେ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ।

ଏହା ନାଲି ପାଣିର କମାଲ ବୋଲି ଲୋକେ ଆଲୋଚନା କରୁଥିଲେ। ସାର୍ଟ ପକେଟରେ ଥିବା ମୋବାଇଲ କାଳେ କିଏ ନେଇଯିବ ଭାବି ଜଣେ ବ୍ୟକ୍ତି ତାହାକୁ ନେଇ ବ୍ଲକ୍ କାର୍ଯ୍ୟାଳୟରେ ଜିମା ଦେଇଥିଲେ। ରାସ୍ତା କଡ଼ରେ ପଡ଼ି ରହିଥିବା ସରକାରୀ କର୍ମଚାରୀଙ୍କ ଏପରି ହାଲତ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ତେବେ କୌଣସି ସୂତ୍ରରୁ ଖବର ପାଇ ତାଙ୍କ ସ୍ତ୍ରୀ ଓ ପୁଅ ଖଲ୍ଲିକୋଟ ଅଞ୍ଚଳରୁ ଆସି ଅପରାହ୍ନରେ ଏକ ଅଟୋରେ ତାଙ୍କୁ ଉଠାଇ ନେଇଥିବା ଜଣାପଡିଛି। ବାବୁଙ୍କ ମଦ ନିଶାରେ ଗଡୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବାବୁ ଜଣଙ୍କ ପୂର୍ବରୁ ବୁଗୁଡ଼ା ବ୍ଲକର ବିରଞ୍ଚିପୁର ପଞ୍ଚାୟତ ଦାୟିତ୍ୱରେ ଥିଲେ। ତେବେ ଅଧିକାଂଶ ସମୟରେ କାର୍ଯ୍ୟାଳୟକୁ ନଯାଇ ନିଶାଗ୍ରସ୍ତ ଅବସ୍ଥାରେ ରହିବା କାରଣରୁ ତାଙ୍କୁ କିଛି ମାସ ହେଲା ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟକୁ ଅଣାଯାଇଛି। ଏଭଳି କର୍ମ ବିମୁଖ ନିଶାଗ୍ରସ୍ତ ସରକାରୀ କର୍ମଚାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ସର୍ବସାଧାରଣରେ ମତ ପ୍ରକାଶ ପାଇଛି।

Get real time updates directly on you device, subscribe now.