fbpx

୪ଟି ଝିଅର ବାପା ପୁଅ ଲୋଭରେ କରିଲା ଏଭଳି ନିନ୍ଦାଜନକ ଘଟଣା,ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା…..

ଜୟପୁର:ବର୍ତ୍ତମାନ ସମୟରେ ମଧ୍ୟ ପୁଅ ଲାଲସା ଲୋକମାନଙ୍କୁ ଅନ୍ଧ କରିଦେଉଛି । ଆଉ ଏହି ଲାଲସା ପାଇଁ ଲୋକ ଏତେ ତଳକୁ ଖସି ଯାଉଛନ୍ତି ତାହା ଆପଣ କେବେ କଳ୍ପନାର ସୁଦ୍ଧା ଭାବି ନଥିବେ । ପୁଅ ଲାଳସାରେ ଗୋଟିଏ ବାପା ତା ମାଆ ଠାରୁ ଛୁଆକୁ ଚୋରି କରିନେବାକୁ ମଧ୍ୟ ପଛଉନାହିଁ ।

ଚାରି ମାସର ଦିବ୍ୟାଂଶୁ ଯିଏକି ଜୟପୁରର ଏସଏମଏସ ହସ୍ପଟାଲରୁ ନିଖୋଜ ହୋଇଥିଲା, ଦୀର୍ଘ ୭୨ ଘଣ୍ଟାପରେ ପୁଣି ତାର ମାଆ କୋଳକୁ ଫେରିବାରେ ସକ୍ଷମ ହୋଇଛି । ଅତିରିକ୍ତ ପୋଲିସ କମିଶନର ଅଜୟ ପାଲ ଲାମ୍ବା ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘଟଣାର ସୂଚନା ଦେଇଛନ୍ତି ।
ପୋଲିସ ସୂଚନା ଅନୁସାରେ ଶିଶୁ ନିଖୋଜ ଘଟଣାର ଦୁଇ ଘଣ୍ଟା ପରେ ପୋଲିସ ଏହାର ସୂଚନା ପାଇଥିଲା । ଏହାପରେ ପୋଲିସ ସିସିଟିଭ ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ସୋସିଆଲ ମିଡିଆର ମାଧ୍ୟମ ବ୍ୟବହାର କରିଥିଲା । ଅଗଷ୍ଟ ୨ ତାରିଖରେ ମହେଶନଗର ପୋଲିସ ଷ୍ଟେସନର କନେଷ୍ଟବଳ ଭୀମ ସିଂଙ୍କ ନିକଟକୁ ଏହି ଖବର ଆସିଥିଲା । ଏହାପରେ ରାତି ୧୨ଟା ସମୟରେ କନେଷ୍ଟବଳ ଏହି ଛୁଆ ଚୋରି ଘଟଣା ବିଷୟରେ ସୂଚନା ପାଇଥିଲେ । ଏହାପରେ ରାକୋ ନାମକ ସ୍ଥାନରୁ ଛୁଆକୁ ଉଦ୍ଧାର କରାଗଲା ।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି,ଅଭିଯୁକ୍ତ ଜଣକର ୪ଟି ଝିଅ ଥିଲେ । ଆଉ ତାଙ୍କର ପୁଅ ପାଇବା ଆଶା ରେ ସେ ଏହି ପୁଅକୁ ଚୋରି କରିଥିଲେ । ଏହି ଘଟଣା ଜୟପୁରର ବଡ ମେଡିକାଲରେ ଘଟିଥିବା ବେଳେ, ସିସିଟିଭି ଫୁଟେଜ ସାହାର୍ଯ୍ୟ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ପୋଲିସ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇପାରିଲା ।

ସୂଚନାମୁତାବକ ବୁଧବାର ଦିନ ସନ୍ଧ୍ୟା ୬ଟାରେ ଦିବ୍ୟାଂଶୁ ଙ୍କୁ ଅପହରଣ କରାଯାଇଥିଲା । ଦିବ୍ୟାଂଶୁଙ୍କ ଚିକିତ୍ସା ପାଇଁ ଏସଏମଏସ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବଂ ସେହି ସମୟରେ ଦିବ୍ୟାଂଶୁ ଙ୍କ ଜେଜେବାପା ଆଉ ଜେଜେମା ତାଙ୍କ ପାଖରେ ଥିଲେ । ଅଭିଯୁକ୍ତ ଜଣଙ୍କ ଦିବ୍ୟାଂଶୁଙ୍କ ଜେଜେ ବାପା ଙ୍କୁ ଆଶ୍ୱସନା ଦେଇଥିଲା ଯେ ସେ ତାଙ୍କ ନାତୀଙ୍କ ଚିକିତ୍ସାରେ ତାଙ୍କୁ ସାହାର୍ଯ୍ୟ କରିବେ । ଏଭଳି ଭାବେ ସେ ତାଙ୍କର ଭରସା ଜିତିଥିଲ।। ଏବଂ ବୁଧବାର ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଦିବ୍ୟାଂଶୁଙ୍କ ଜେଜେବାପା ଆଉ ଜେଜେ ମା ପାର୍କ ରେ ଥିଲେ ଅଭିଯୁକ୍ତ ଜଣକ ଏହି ପରିସ୍ଥିତିର ଫାଇଦା ଉଠାଇ ଦିବ୍ୟାଂଶୁଙ୍କୁ ଅପହରଣ କରି ନେଇଥିଲା ।

Get real time updates directly on you device, subscribe now.