fbpx
BJD SKY
BJD SKY

ବନ୍ଧୁତ୍ୱ ଦିବସର ମହତ୍ତ୍ୱ..ଜାଣନ୍ତୁ କାହିଁକି ପାଳନ୍ତି ବନ୍ଧୁତ୍ୱ ଦିବସ

BJD

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ବନ୍ଧୁତ୍ୱ ଦିବସ। ତେବେ ଅଗଷ୍ଟ ମାସର ପ୍ରଥମ ରବିବାର ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଇଥାଏ। ସେହିପରି ଭାରତ ଭଳି ଅନେକ ଦେଶ ଅଛି ଯେଉଁ ଦେଶ ମାନଙ୍କରେ ସ୍ୱତନ୍ତ୍ର ଢଙ୍ଗରେ ବନ୍ଧୁତ୍ୱ ଦିବସ ପାଳନ କରାଯାଇଥାଏ। ବନ୍ଧୁତ୍ୱର ପବିତ୍ର ସମ୍ପର୍କ ଅନ୍ୟ ସମସ୍ତ ସମ୍ପର୍କ ଠାରୁ ବହୁ ଉଚ୍ଚରେ। ସେହିପରି କୃଷ୍ଣ ସୁଦାମାଙ୍କ ବନ୍ଧୁତ୍ୱ ହେଉଛି ସମସ୍ତଙ୍କ ପାଇଁ ଉଦାହରଣ। ତେବେ ଆଜିର ଯୁବପିଢିମାନେ ବନ୍ଦୁତ୍ୱ ଦିବସକୁ କେବଳ ସୋସିଆଲ ମିଡିଆ ଜରିଆରେ ପାଳନ କରୁଛନ୍ତି। ପୂର୍ବରୁ ସାଙ୍ଗ ସାଙ୍ଗକୁ ଫ୍ରେଣ୍ଡସିପ ବ୍ୟାଣ୍ଡ ଦେଇ ବନ୍ଧୁତ୍ୱ ଦିବସ ପାଳନ କରୁଥିବା ବେଳେ ବର୍ତ୍ତମାନ ସମୟରେ କେବଳ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଇ ବନ୍ଧୁତ୍ୱ ଦିବସ ପାଳନ କରାଯାଉଥିବା ଦେଖିବାକୁ ମିଳୁଛି। ଆଉ ପୂର୍ବ ପରି ସାଙ୍ଗ ସାଙ୍ଗଙ୍କ ମଧ୍ୟରେ ଥିବା ସେହି ନିବିଡ଼ତା ଦେଖିବାକୁ ମିଳୁନାହିଁ। କିନ୍ତୁ ଏହା ପରେ ମଧ୍ୟ ଏପରି କିଛି ଯୁବ ପିଢି ଅଛନ୍ତି ଯେଉଁମାନେ ବନ୍ଧୁତ୍ୱର ଏହି ପବିତ୍ର ଦିନକୁ ଅତି ନିଆରା ଢଙ୍ଗରେ ପାଳିଥାନ୍ତି।

ତେବେ ଦର୍ଶକ ବନ୍ଦୁ ଆସନ୍ତୁ ଜାଣିବା ଏହି ବନ୍ଧୁତ୍ୱ ଦିବସ କାହିଁକି ପାଳନ କରାଯାଏ। ସର୍ବ ପ୍ରଥମେ ବନ୍ଧୁତ୍ୱର ପ୍ରତୀକ ଏହି ମିତ୍ରତା ଦିବସ ୧୯୩୫ ମସିହାରେ ଆମେରିକାରେ ପାଳନ କରାଯାଇଥିଲା। ଏହ ପର ଠାରୁ ପ୍ରତ୍ୟେକ ବର୍ଷ ଏହି ମିତ୍ରତା ଦିବସ ପାଳିତ ହୋଇ ଆସୁଛି। ଅନ୍ୟପଟେ ଏହି ମିତ୍ରତା ଦିବସ ପଛରେ ରହିଛି ଏକ ସ୍ୱତନ୍ତ୍ର କାହାଣୀ। ତେବେ ୧୯୩୫ ମସିହା ଅଗଷ୍ଟ ମାସର ପ୍ରଥମ ରବିବାରରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହା ପଛରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ସରକାରଙ୍କ ହାତ ଥିଲା ବୋଲି ଲୋକକଥା ରହିଛି।

ଅନ୍ୟପଟେ ମୃତ ଯୁବକଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ। ଘନିଷ୍ଠ ବନ୍ଧୁ ଜଣକ ତାଙ୍କ ବନ୍ଧୁଙ୍କ ମୃତ୍ୟୁ ଖବରକୁ ସହି ନପାରି ନିଜ ଜୀବନ ହାରିଥିଲେ । ବନ୍ଦୁତ୍ୱର ଏପରି ନିବିଡ଼ତାକୁ ଦେଖି ସେହି ଦେଶର ସରକାର ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଧିରେ ଧିରେ ଏହା ଭାରତ ସମେତ ସାରା ବିଶ୍ୱର ଅନ୍ୟ ଦେଶ ମାନଙ୍କରେ ପାଳନ ହେବାକୁ ଲାଗିଥିଲା। ତେବେ ବନ୍ଧୁତ୍ୱରେ ନା ଥାଏ ବୟସର ସୀମା ରେଖା ନା ଥାଏ ଲିଙ୍ଗଗତ ଭେଦଭାବ। ବନ୍ଧୁତ୍ୱରେ କେବଳ ଥାଏ ବିଶ୍ୱାସ ଜରୁରୀ। ଆଉ ଏହି ବନ୍ଧୁତ୍ୱର ନିବିଡ଼ତାକୁ ଆହୁରି ଘନିଷ୍ଠ କରିବା ପାଇଁ ଏହି ବନ୍ଧୁତ୍ୱ ଦିବସକୁ ପାଳନ କରାଯାଇଥାଏ।

Get real time updates directly on you device, subscribe now.