fbpx
BSKY
BJD SHG SKY
BJD MC SKY

ଆଲିଙ୍ଗନ କଲେ କିପରି ଅନୁଭବ ହୁଏ? ମଣିଷ ଆଲିଙ୍ଗନ କାହିଁକି କରନ୍ତି,ଜାଣନ୍ତୁ…..

ମଣିଷ ଯେଉଁ ପରିସ୍ଥିତିରେ ଥାଉନା କାହିିଁକି ତାଙ୍କୁ ଯଦି ଆଲିଙ୍ଗନ କରାଯାଏ ତେବେ ଏହା ତାଙ୍କମୁହଁରେ ଏକ ସ୍ମିତ ହାସ୍ୟ ଆଣି ଦିଏ । ତେବେ ଆଲିଙ୍ଗନକୁ ସାନ୍ତ୍ୱନା ବୋଲି କାହିଁକି କୁହାଯାଏ? କାହିଁକି ଜଣେ ଦୁଃଖରେ ଥିଲେ ତାଙ୍କୁ ଆଲିଙ୍ଗନ କରିଲେ ଭଲ ଅନୁଭବ ହୁଏ? କେହି ଜଣେ ପିଠି ଥାପୁଡେଇ ଦେଲେ କିମ୍ବା କାହାର ଉପସ୍ଥିତି କାହିଁକି ମନରେ ଉତ୍ସାହ ଭରିଦିଏ? ଅର୍ଥାତ ସେହି ଲୋକର ଚେହେରାରେ ସ୍ମତି ହାସ୍ୟ ଥାଉ ଅବା ଆଖିରେ ଲୁହ କାହାର ଉପସ୍ଥିତି ଆଉ ସ୍ପର୍ଶ ଆପଣଙ୍କର ମାନସିକ ସ୍ଥିତି ରେ ପରିବର୍ତ୍ତନ ଆଣିବାରେ ବେଶ ସହାୟକ ହୋଇଥାଏ । ଏକଥା ଆମେ ନୁହେଁ ବୈଜ୍ଞାନିକ କହିଛନ୍ତି । ସେ କହିଛନ୍ତି ଏହା ମଣିଷର ମନୋସ୍ଥିତିରେ ପରିିବର୍ତ୍ତନ ଆଣିଥାଏ ।

ଏହି ଅଧ୍ୟୟନ ଅନୁସାରେ ମଣିଷର ସ୍ପର୍ଷ ଆପଣକ ମନୋସ୍ଥିତିକୁ ପରିବର୍ତ୍ତନ କରିଥାଏ । ବୈଜ୍ଞାନକି ଦୃଷ୍ଟୀ କୋଣରୁ ଆପଣକୁ ଏହି ବିଷୟରେ ଜାରି ରଖିବା ଉଚିତ । ଯେତେବେଳେ ଜଣେ ବ୍ୟକ୍ତି ଜଣକୁ ଆଲିଙ୍ଗନ କରେ କିମ୍ବା ହାତ ଧରେ ଏହି ସୁଖର ଅନୁଭବ ଆମକୁ ମନୋବୈଜ୍ଞାନିକ ଭାବରେ ମଜବୁତ କରେ । ଏହାକୁ ‘ଗୁଡ ଟଚ’ ବୋଲି କୁହାଯାଏ । ଯାହାକି ଆମକୁ ଖୁସି ଆଉ ବିକାଶ କରିବାରେ ସହାୟକ ହୋଇଥାଏ । ତେଣୁ ମା ମଧ୍ୟ ଯେତେବେଳେ ତାର ଶିଶୁର ଲାଳନ ପାଳନ କରେ ,ଏହାର ଭୂମିକା ମଧ୍ୟ ଅନେକ ରହିଥାଏ । କାହାକୁ ଆଲିଙ୍ଗନ କରିବା ଦ୍ୱାରା ଏହା ଆପଣକୁ ସେହି ବ୍ୟକ୍ତି ସହ ଥିବା ସମ୍ପର୍କକୁ ମଧ୍ୟ ପ୍ରମାଣିତ କରିଥାଏ । କାହାର ସ୍ପର୍ଶ ଆପଣଙ୍କ ମଧ୍ୟରେ ସକରାତ୍ମକ ଉର୍ଜ୍ଜା ଭରି ଦେଇଥାଏ । ତେଣୁ କିଛିବି ମାନସିକ କିମ୍ବା ଶାରୀରିକ ଯନ୍ତ୍ରଣାରେ ମଣିଷ ଥିବା ବେଳେ ଏହା କାହାର ଟିକିଏ ସ୍ପର୍ଶ ଏବଂ ଆଲିଙ୍ଗନ ଖୋଜି ଥାଏ । ଏହା ପଛରେ ସୁଖର ଅନୁଭବ ବିଜ୍ଞାନ କାମ କରିଥାଏ । ଏବଂ ମନୋସ୍ଥତ ବୈଜ୍ଞାନିକ ମାନେ ଏହା ଭାବନ୍ତି ଯେ ଯେ କୌଣସି ମାନସିକ ଚାପଗ୍ରସ୍ତ ଲୋକ କୁ ଏହି ଉପାୟରେ ମଧ୍ୟ ଠିକ କରାଯାଇ ପାରିବ । ଏହା ଦ୍ୱାରା ତାଙ୍କର ମାନସିକସ୍ତରରେ ପରିବର୍ତ୍ତନ ଆସିଥାଏ ।

Get real time updates directly on you device, subscribe now.