fbpx
BJD
BJD SKY
BJD SKY

ଖୁବଶୀଘ୍ର ସମସ୍ତ କର୍ମଚାରୀଙ୍କୁ ମିଳିବ ସପ୍ତାହରେ ୩ ଦିନର ଛୁଟି, ଜାଣନ୍ତୁ କେବେ ଠାରୁ ହେବ ଲାଗୁ

ନୂଆଦିଲ୍ଲୀ, ୯ା୨: ଦେଶର ସମସ୍ତ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାର ଏନେଇ ଲେବର କୋଡ୍ ଆଇନ ଆଣିବାକୁ ଯାଉଛନ୍ତି । ତେବେ ଏହି ନିୟମ ଅନୁସାରେ, ପ୍ରତ୍ୟେକ ସପ୍ତାହରେ କର୍ମଚାରୀଙ୍କୁ ୩ ଦିନ ଛୁଟି ମିଳିବ ବୋଲି କୁହାଯାଇଛି । ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ପକ୍ଷରୁ ୪ଟି ନୂଆ ଲେବର କୋଡ୍ ଚଳିତ ସପ୍ତାହରେ ଲାଗୁ କରାଯିବ ବୋଲି କୁହାଯାଇଛି ।

ତେବେ ଏହି ନିୟମ ଲାଗୁ ହେବା ପରେ କର୍ମଚାରୀମାନେ ସପ୍ତାହରେ ୪ ଦିନ କାମ କରି ୩ ଦିନ ଛୁଟି ନେଇପାରିବେ । ଏନେଇ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପଞ୍ଜୀକରଣ ଓ କଲ୍ୟାଣ ପାଇଁ ଏକ ନୂଆ ପୋର୍ଟାଲ ପ୍ରସ୍ତୁତ କରାଯାଉଛି । ଆଗାମୀ ଜୁନ୍ ମାସ ସୁଦ୍ଧା ଏହି ପୋର୍ଟାଲ କାର୍ଯ୍ୟ ସମାପ୍ତ ହେବ ବୋଲି କୁହାଯାଇଛି । ଏଥିରେ ଠିକା ଶ୍ରମିକ, ମୁକ୍ତ ଭାବେ କାର୍ଯ୍ୟ କରୁଥିବା ଶ୍ରମିକ ଓ ପ୍ଲାଟଫର୍ମ ଶ୍ରମିକଙ୍କ ପଞ୍ଜୀକରଣ କରାଯିବ ।

Get real time updates directly on you device, subscribe now.