fbpx

ରାଜଧାନୀ ଭୁବନେଶ୍ୱରରେ ସରକାରୀ ଚାକିରି ସୁଯୋଗ: ଶୀଘ୍ର ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟ ସରକାରଙ୍କ ତରଫରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆରପିଆରସି) ତରଫରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ପ୍ରୋଜେକ୍ଟ ଆସୋସିଏଟ, ଲ୍ୟାବ କମ୍ ଫିଲ୍ଡ ଆସିଷ୍ଟାଣ୍ଟ, ଫିଲ୍ଡ କମ୍ ଲ୍ୟାବ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ଦିଆଯିବ ।

ଆସନ୍ତା ମାସ ୧୯ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ । ରାଜଧାନୀ ଭୁବନେଶ୍ୱରରେ ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ଦରମା ଅଲଗା ଅଲଗା ରହିଛି । ପ୍ରାର୍ଥୀଙ୍କର ମାସିକ ଦରମା ୧୭ ହଜାରରୁ ଆରମ୍ଭ କରି ୨୫ ହଜାର ପର୍ଯ୍ୟନ୍ତ ରହିଛି । କିଛି ପୋଷ୍ଟ ପାଇଁ ଦରମା ସହିତ ଅନ୍ୟାନ୍ୟ ଭତ୍ତା ସୁବିଧା ମଧ୍ୟ ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://rprccarriers.in/apply

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.rprcbbsr.in/View/DefaultHome.aspx

ନୋଟିଫିକେସନ ଲିଙ୍କ: https://rprcbbsr.in/View/Downloads/notice/Engagement_Project-Fellow_%20others_Online_Application_RPRC_2023-24.pdf

Get real time updates directly on you device, subscribe now.