fbpx
BJD SKY
BJD SKY

ଚିକେନ ତରକାରୀ ନ ମିଳିବାରୁ ବାପ ଦେଖାଇଲା ରାକ୍ଷାସ ରୂପ, ପୁଅକୁ ମାରିଦେଲା ପିଟିପିଟି

BJD

ବେଙ୍ଗାଲୁରୁ: କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାରେ ଜଣେ ବାପା ନିଜ ୩୨ ବର୍ଷୀୟ ପୁଅକୁ ହତ୍ୟା କରିଥିବା କଥା ସାମ୍ନାକୁ ଆସିଛି । କାରଣ ତାଙ୍କୁ ଘରେ ଚିକେନ ତରକାରୀ ଖାଇବାକୁ ମିଳି ନଥିଲା । ଏଭଳି ଘଟଣା ସାମ୍ନାକୁ ଆସିବାପରେ ସେହି ଅଂଚଳରେ ଭୟାଭହତା ସୃଷ୍ଟି ହୋଇଛି । ସୂଚନା ପାଇ ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ଏହି ଘଟଣାଟି ଗତକାଲି ସୁଲିଆ ଜିଲ୍ଲାର ତାଲୁକ ଗୂଟ୍ଟୀଗରରେ ହୋଇଛି । ଏଠାରେ ରହୁଥିବା ଶୀନା ନାମର ବ୍ୟକ୍ତିଙ୍କ ଘରେ ଚିକେନ ତରକାରୀ ହୋଇଥିଲା । ହେଲେ ଯେତେବେଳେ ସେ ଘରେ ପହଁଚିଥିଲେ ସେତେବେଳେ ଚିକେନ ତରକାରୀ ସରିଯାଇଥିଲା । ଏଥିରେ ଶୀନାଙ୍କୁ ରାଗ ଆସିଥିଲା । ଏହାପରେ ସେ ତାଙ୍କ ପୁଅ ଶିବରାମଙ୍କ ସହ ଝଗଡା ଆରମ୍ଭ କରିଥିଲେ । ଝଗଡା ଏତେ ପରିମାଣରେ ବଢିଯାଇଥିଲା ଯେ, ସେ ତାଙ୍କ ପୁଅକୁ ଠେଙ୍ଗାରେ ପିଟିବା ଆରମ୍ଭ କରିଥିଲେ । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପୋଲିସକୁ ସୂଚନା ମିଳିବା ପରେ, ସେ ଘଟଣାସ୍ଥଳରେ ପହଁଚିଥିଲେ । ଶୀନା ତାଙ୍କ ପୁଅକୁ ଜୀବନରୁ ମାରିଦେଇଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି । ମୃତକଙ୍କର ସ୍ତ୍ରୀ ଏବଂ ଦୁଇ ଶିଶୁ ଥିବା କଥା ଜଣାପଡିଛି । ଘଟଣାର ତଦନ୍ତ ଚାଲୁ ରହିଛି ।

Get real time updates directly on you device, subscribe now.