ପୋଲିସ ପୋଷାକ ପିନ୍ଧି କରୁଥିଲେ ରିଲ; ଚାଲିଗଲା ସରକାରୀ ବାବୁଙ୍କ ଚାକିରୀ

ନୂଆଦିଲ୍ଲୀ : ଆପଣ ରିଲ୍ ବନାଉଛନ୍ତି କି? ହୁସିଆର ହୋଇଯାଆନ୍ତୁ । ଇନଷ୍ଟାଗ୍ରାମରେ ରିଲ୍ ବନାଇବା ମହଙ୍ଗା ପଡିପାରେ ଆପଣଙ୍କୁ । ତେବେ ଏମିତି କିଛି ଘଟଛି ଜଣେ ପୋଲିସ ଅଫିସରଙ୍କ ସହ । ଜାଣନ୍ତୁ ରିଲ ବନାଇ କିଭଳି ଭାବେ ହଟହଟା ହୋଇଛନ୍ତି ଜଣେ ପୋଲିସ କର୍ମଚାରୀ । ବର୍ତ୍ତମାନ ରିଲ ବନାଇବା ଏକ ପ୍ରକାର ଟ୍ରେଣ୍ଡ ହୋଇଗଲାଣି । ଛୋଟ ଠୁ ବଡ ସମସ୍ତେ ରିଲ ବନାଇବା ପାଇଁ ଭଲ ପାଉଛନ୍ତି । ତେବେ ଏହି ରିଲ ବନାଇବା ଜଣେ ପୁଲିସ କର୍ମଚାରୀଙ୍କ ଉପରେ ଭାରି ପଡିଛି । ଏମିତି ପ୍ରତେକ ଦିନ ବହୁ ପୁଲିସ ଅଧିକାରୀ ରିଲ ବନାଉଛନ୍ତି । ହେଲେ ଉତ୍ତର ପ୍ରଦେଶରେ ଜଣେ ପୁଲିସ ଅଧିକାରୀଙ୍କୁ ରିଲ ବନାଇବା ଭାରି ପଡିଛି ।ରିଲ ବନାଇ ହଟାହଟା ହେଲେ ପୋଲିସ ଅଫିସର ।

ସୂଚନାମୁତାବକ, ପୁଲିସ ଜଣକ ବର୍ଦ୍ଦି ପିନ୍ଧି ଏକ ରିଲ ବନାଇଥିଲେ । ତେବେ ବର୍ଦ୍ଦିରେ ଥାଇ ବନାଯାଇଥିବା ରିଲ ଅତି କମ୍ ସମୟରେ ଖୁବ୍ ଜୋର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓ ଭାଇରାଲ ହୋଇ ଏସପି ଙ୍କ ପର୍ଯ୍ୟନ୍ତ କଥା ପହଚିଂଲା । ଏସପି ରିଲ ବନାଇଥିବା କର୍ମଚାରୀଙ୍କୁ ସସ୍ପେଣ୍ଡ କରିଛନ୍ତି । ଏହା ସହ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସସ୍ପେଣ୍ଡ ହୋଇଥିବା କର୍ମଚାରୀଙ୍କ ନାମ ହେଇଛି ରମେଶ କୁମାର ସେ ଅତରସୁଈୟା ଥାନାରେ ଚାକିରି କରୁଥିଲେ । ତେବେ ରମେଶ ଏବଂ ତାଙ୍କ ସାଙ୍ଗ ଦୁଇଜଣ ମିଶିକରି ରିଲ ବନାଇଥିଲେ । ଭିଡିଓଟି ଥାନା ବାହାରେ ବନାଯାଇଥିଲା । ତେବେ ଭିଡିଓରେ ରମେଶ ତା ସାଙ୍ଗର ହାତ ଧରି ସିନେମା ଡାଇଲଗ କହୁଥିବାର ଦେଖାଯାଇଛି । ଭିଡିଓଟି ପୋଷ୍ଟ ହେବା ରେ ଖୁବ୍ ଶୀଘ୍ର ଭାଇରାଲ ହୋଇଥିଲା । ଏହି ଭିଡିଓଟି ସେ ଡ୍ୟୁଟି ସମୟରେ ବନାଇଥିଲେ । ରମେଶଙ୍କ ଏଭଳି କାମ ପାଇଁ ତାଙ୍କୁ ବହୁତ କ୍ଷତି ସହିବାକୁ ପଡିଛି ।
ତେବେ ଏହି ଘଟଣା ପରେ ହୁସିଆର ହେଇଯାଅନ୍ତୁ । ନଚେତ୍ ଆପଣଙ୍କୁ ବି ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ ।