fbpx

ଖୁବ୍‌ ଶୀଘ୍ର ଆସିବ ନ୍ୟାସନାଲ ଲ୍ୟାଣ୍ଡ ମନିଟାଇଜେସନ କୋ ଅପରେସନ

AAKASH

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁବ ଶୀଘ୍ର ଆସିବାକୁ ଯାଉଛି ନ୍ୟାସନାଲ ଲ୍ୟାଣ୍ଡ ମନିଟାଇଜେସନ କର୍ପୋରେସନ । ବିଭିନ୍ନ କୋର ସେକ୍ଟର ଏବଂ ନନ କୋର ସେକ୍ଟରର ଜମିକୁ କେନ୍ଦ୍ରୀୟ ଉଦ୍ୟୋଗ ପାଇଁ ନିବେଶ କରିବାକୁ ଏହି ନ୍ୟାସନାଲ ଲ୍ୟାଣ୍ଡ ମନିଟାଇଜେସନ କୋ ଅପରେସନ ପ୍ରାଧାନ୍ୟ ଦେବ । କେନ୍ଦ୍ର ସରକାରଙ୍କ ସାଧାରଣ ଉଦ୍ୟୋଗ ବିଭାଗ ଅଧିନରେ ଏହି ବିଭାଗ ଗଠନ କରାଯିବ । ଏହି ନ୍ୟାସନାଲ ଲ୍ୟାଣ୍ଡ ମନିଟାଇଜେସନ କୋ ଅପରେସନ ସମ୍ପୂର୍ଣ୍ଣ ଭାବରେ ସରକାରଙ୍କ ନିୟନ୍ତ୍ରଣରେ ରହିବ । ଏହି କମ୍ପାନୀର ଅଧିକତମ ଶେୟାର ରାଶିର ପରିମାଣ ୫ ହଜାର କୋଟି ଏବଂ ସର୍ବନିମ୍ନ ଶେୟାରର ପରିମାଣ ୧୫୦ କୋଟି ଟଙ୍କା ରହିଛି ।

ସମସ୍ତ ଅଧିକୃତ ବିଭାଗର ସଚିବ ମାନଙ୍କୁ ନେଇ ଏକ ଗଭର୍ଣ୍ଣିଂ ବୋର୍ଡ ଗଠନ କରାଯିବ । ଏହା ସହିତ ବିଭାଗୀୟ ମନ୍ତ୍ରୀ, ରିଅଲ ଇଷ୍ଟେଟ ପ୍ରତିନିଧି ଏବଂ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଏହି କମିଟିର ସଦସ୍ୟ ରହିବେ । ଏହା ବାଦ ଜଣେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୈନନ୍ଦିନ କାର୍ଯ୍ୟ ସମ୍ପର୍କରେ ନିଷ୍ପତ୍ତି ନେବେ । ଏ ସମ୍ପର୍କରେ କ୍ୟାବିନେଟ ନିିଷ୍ପତ୍ତି ଖୁବଶୀଘ୍ର ନିଆଯିବ ବୋଲି ଜଣାପଡିଛି । ୨୦୨୧-୨୨ ବଜେଟରେ ନିର୍ମଳା ସୀତାରମଣ ଏ ସମ୍ପର୍କରେ ଆଲୋଚନା କରିଥିଲେ ।

Get real time updates directly on you device, subscribe now.