fbpx
BSKY
BJD YOUTH SKY
BJD MS SKY

ସାମସନଙ୍କ ଅର୍ଦ୍ଧଶତକ: ସନରାଇଜର୍ସ ସମ୍ମୁଖରେ ୧୬୫ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଅଧିନାୟକ ସଞ୍ଜୁ ସାମସନଙ୍କ ଚମକ୍ରାରୀ ଅର୍ଦ୍ଧଶତକ ସହିତ ୫ ୱିକେଟ ବିନିମୟରେ ୧୬୪ ରନ ସଂଗ୍ରହ କରିଛି ରାଜସ୍ଥାନ ରୟାଲ୍ସ । ଅଧିନାୟକ ସାମସନ ଚମକ୍ରାର ୮୨ ରନର ଇନିଂସ ଖେଳିଥିଲେ । ସାମସନଙ୍କ ବ୍ୟତିତ ଯଶସ୍ୱୀ ଜୟସ୍ୱାଲ ୩୬ ଏବଂ ମହୀପାଲ ଲୋମରର ୨୯ ରନର ଇନିଂସ ଖେଳିଥିଲେ । ହାଇଦ୍ରାବାଦ ପକ୍ଷରୁ ସିଦ୍ଧାର୍ଥ କୌଲ ସର୍ବାଧିକ ଦୁଇଟି ୱିକେଟ ଅକ୍ତିଆର କରିଥିଲେ ।
ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥ୍‌ାନ ଏଭିନ ଲୁଇସ(୬)ଙ୍କୁ ମାତ୍ର ୧୧ ରନରେ ହରାଇଥିଲା । ତେବେ ଦ୍ୱିତୀୟ ୱିକେଟରେ ଜୟସ୍ୱାଲ ଓ ସାମସନ ୫୬ ରନ ଯୋଡିଥିଲେ । ଏହାପରେ ସାମସନ ୮୨ ରନ କରିଥିଲେ । ସାମସନ ୫୭ ବଲ ଖେଳି ୭ ଚୌକା ଓ ୩ ଛକା ସହିତ ୮୨ ରନ କରିଥିଲେ । ଶେଷ ଆଡକୁ ମହିପାଲ ଲୋମରରଙ୍କ ୨୯ ରନ ବଳରେ ଦଳ ୧୬୦ ରନ ଅତିକ୍ରମ କରିଥିଲା ।

Get real time updates directly on you device, subscribe now.