fbpx

ପାନଛେପ ସଫା କରିବା ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୧୨୦୦ କୋଟି

ନୂଆଦିଲ୍ଲୀ:ଭାରତୀୟ ରେଳ ଷ୍ଟେସନଗୁଡ଼ିକର ଅଧିକାଂଶ ସ୍ଥାନରେ ‘ଦୟାକରି ଏଠାରେ ପାନଛେପ ପକାନ୍ତୁ ନାହିଁ’ ଲେଖା ହେଉଥିବା ବୋର୍ଡ ଦେଖିବାକୁ ମିଳେ । କିନ୍ତୁ ଏଠାରେ ପାନଛେପ ପକାଇବାକୁ ଲୋକେ ଆଦୌ ହେଳା କରନ୍ତି ନାହିଁ । ତେବେ ବାରଣ ସତ୍ତେ୍ୱ କିଛି ଲୋକଙ୍କ ଏଭଳି କାର୍ୟ୍ୟ ଯୋଗୁଁ ରେଳପଥକୁ ପ୍ରତିବର୍ଷ ପାଖାପାଖି ୧,୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ହଜାର ହଜାର ଗ୍ୟାଲନ ପାଣି ବ୍ୟବହାର କରିବାକୁ ହୋଇଥାଏ ।
ଷ୍ଟେସନ ପରିସର, ଟ୍ରେନ ଭିତର ସବୁ ସ୍ଥାନରେ ପଡ଼ିଥିବା ଗୁଟଖା ଓ ପାନଛେପ ଦାଗ ଲିଭାଇବା ପାଇଁ ପ୍ରତିବର୍ଷ ରେଳପଥକୁ ସମସ୍ୟା ସାମ୍ନା କରିବାକୁ ପଡୁଛି । ଏହାକୁ ଦୃଷ୍ଟିରେ ରଖି ରେଳପଥ ପକ୍ଷରୁ ଏଥର ପକେଟ-ସାଇଜ ପିକଦାନି ବ୍ୟବସ୍ଥା କରାଯାଇଛି । ଦେଶର ୪୨ଟି ଷ୍ଟେସନ ପରିସରରେ ଭେଣ୍ଡିଙ୍ଗ ମେସିନ ଓ କିଓସ୍କ ସ୍ଥାପନ କରାଯାଇଛି । ଯେଉଁଠି ୫ ରୁ ୧୦ ଟଙ୍କାରେ ସ୍ପିଟୁନ୍ (ପିକଦାନି) ପାଉଚ ଯୋଗାଇ ଦିଆଯାଉଛି ।

Get real time updates directly on you device, subscribe now.