fbpx

ଛତିଶଗଡରୁ ଉଦ୍ଧାର ହେଲେ ଅପହୃତ ମା’-ପୁଅ; ଦିଅରର ସମ୍ପୃକ୍ତି ସନ୍ଦେହ

ବାଲିଚନ୍ଦ୍ରପୁର(ଓଡ଼ିଶା ଭାସ୍କର): ଓଡ଼ିଶାର ବାଲିଚନ୍ଦ୍ରପୁରରୁ ଅପହୃତ ହୋଇଥିବା ମା-ପୁଅଙ୍କୁ ଛତିଶଗଡରୁ ଉଦ୍ଧାର କରାଯାଇଛି । ମା-ପୁଅଙ୍କୁ ନିଶା ଦେଇ ଅପହରଣ କରାଯାଇଥିବା ବେଳେ ଲଣ୍ଡିତ ଅବସ୍ଥାରେ ଛତିଶଗଡ ପୋଲିସ ଉଦ୍ଧାର କରିଥିଲା । ବାଲିଚନ୍ଦ୍ରପୁର ଅନ୍ତର୍ଗତ କୃଷ୍ଣପୁର ଶାସନ ଅନ୍ତର୍ଗତ ସରୋଜ କୁମାର ମିଶ୍ରଙ୍କ ଝିଅ ଶୁଭଲକ୍ଷ୍ମୀ(୩୨) ତାଙ୍କ ପୁଅ ଅଂଶୁମାନ(୧୫)ଙ୍କୁ ଅପହରଣ କରାଯାଇଥିଲା ।୧୨ ତାରିଖ ଦିନ ଉଭୟ ବଜାର ଯାଇଥିବା ବେଳେ ତାଙ୍କୁ ଅପହରଣ କରି ନିଆଯାଇଥିଲା । ଖୋଜା ଖୋଜି ପରେ ନ ମିଳିବାରୁ ଏନେଇ ଥାନାରେ ଅଭିଯୋଗ କରାଯାଇଥିଲା । ୧୪ ତାରିଖ ଦିନ ଉଭୟ ମା ଓ ପୁଅଙ୍କୁ ଲଣ୍ଡା କରାଯାଇ ଓ ମୁହଁରେ କଳା ବୋଳାଯାଇ ଫିଙ୍ଗି ଦିଆଯାଇଥିଲା । ଛତିଶଗଡ ପୋଲିସ ଠାରୁ ଖବର ପାଇ ବାଲିଚନ୍ଦ୍ରପୁର ପୋଲିସର ଏକ ଟିମ ଶୁଭଲକ୍ଷ୍ମୀ ଓ ଅଂଶୁମାନଙ୍କୁ ଉଦ୍ଧାର କରିଥିଲେ ।

ଏହି ଘଟଣାରେ ଶୁଭଲକ୍ଷ୍ମୀଙ୍କ ଦିଅର ସମ୍ପୃକ୍ତ ଥିବା ସନ୍ଦେହ କରିଛନ୍ତି ଶୁଭଲକ୍ଷ୍ମୀଙ୍କ ପରିବାର । ୨୦୧୩ରେ ଏକ ସଡକ ଦୁର୍ଘଟଣାରେ ପତିଙ୍କ ଦେହାନ୍ତ ପରେ ଯୌତୁକ ନିର୍ଯାତନା ଆରମ୍ଭ ହୋଇ ଯାଇଥିଲା । ଏହାପରେ ଶାଶୁ ଘର ଛାଡି ବାପ ଘରେ ରହୁଥିଲେ ଶୁଭଲକ୍ଷ୍ମୀ । ଘଟଣା ଦିନ ଏକ ବୋଲେରୋରେ କିଛି ଲୋକ ତାଙ୍କୁ ଡାକିଥିଲେ । ଶୁଭଲକ୍ଷ୍ମୀ ଯାଇଥିବା ବେଳେ ତାଙ୍କୁ ଅପହରଣ କରି ନିଆଯାଇଥିଲା । ଦୁଇ ଦିନ ପରେ ଅଚେତ ଅବସ୍ଥାରେ ତାଙ୍କୁ ଛତିଶଗଡର ସରେଇପାଲିରୁ ଉଦ୍ଧାର କରାଯାଇଥିଲା । ଶାଶୁ ଘର ନାମରେ ଅଭିଯୋଗ ପରେ ବାଲିଚନ୍ଦ୍ରପୁର ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.