fbpx
BJD SKY
BJD SKY

ଆତ୍ମନିର୍ଭର ଭାରତ ୱେବ୍ ବ୍ରାଉଜର ଲଞ୍ଚ କରିବେ ସରକାର, ଗୁଗୁଲ୍ କ୍ରୋମ୍ ଏବଂ ମୋଜିଲା ଫାୟାରଫକ୍ସ ସହିତ ହେବ ପ୍ରତିଯୋଗିତା

BJD

ନୂଆଦିଲ୍ଲୀ: ଭାରତୀୟ ଇଣ୍ଟରନେଟ୍ ମାର୍କେଟ୍‌ରେ ୮୫୦ ମିଲିୟନ ଉପଭୋକ୍ତା ରହିଛନ୍ତି । ସିମିଲାର ୱେବ୍ ରିପୋର୍ଟ ଅନୁଯାୟୀ ଜୁଲାଇ ମାସରେ ଗୁଗୁଲ୍ କ୍ରୋମ୍ କୌଣସି ପ୍ରତିଦ୍ୱନ୍ଦି ବିନା ୮୮.୪୭% ମାର୍କେଟ୍ ସହିତ ପ୍ରଥମ ସ୍ଥାନରେ ରହିଛି । ଦେଶରେ ଆତ୍ମନିର୍ଭର ଭାରତ ଯୋଜନାକୁ ବଳ ଦେବା ପାଇଁ ସରକାର ଖୁବ୍‌ଶୀଘ୍ର ୱେବ୍ ବ୍ରାଉଜର ଲଞ୍ଚ କରିବାକୁ ଯାଉଛନ୍ତି, ଯାହା ଗୁଗୁଲ୍ କ୍ରୋମ୍‌, ମୋଜିଲା ଫାୟାରଫକ୍ସ, ମାଇକ୍ରୋସଫ୍ଟ ଏଡ୍‌ଜ, ଅପେରା ଏବଂ ଅନ୍ୟାନ୍ୟ ବ୍ରାଉଜର ସହିତ ପ୍ରତିଯୋଗିତା କରିବ ।

ଏହି ପ୍ରକାର ବ୍ରାଉଜର ପ୍ରସ୍ତୁତ କରିବା ପାଇଁ ସରକାର ୩ କୋଟି ଟଙ୍କାର ପୁରସ୍କାର ରାଶି ରଖିଛନ୍ତି । ଯାହାର ଅନୁଧ୍ୟାନ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଳାୟ ଏବଂ ଏହାଦ୍ୱାରା ଗଠିତ ବିଭାଗ ଦ୍ୱାରା କରାଯିବ । ୨୦୨୪ ଶେଷ ସୁଦ୍ଧା ସରକାର ଏହି ଇଣ୍ଡିଜିନିୟସ୍ ବ୍ରାଉଜର୍ ଆପ୍ ଲଞ୍ଚ କରିବାକୁ ଯୋଜନା କରୁଛନ୍ତି । ସରକାର ଏଥିପାଇଁ ଦେଶର ଷ୍ଟାର୍ଟ ଅପ୍‌, ଶିକ୍ଷାନୁଷ୍ଠାନ ଏବଂ ବଡ଼ କର୍ପୋରେଟ୍ କମ୍ପାନୀକୁ ଏହି ପ୍ରୋଗ୍ରାମ୍‌ରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରିଛନ୍ତି ଏବଂ ଏହି ପ୍ରକ୍ରିୟାରେ ଯଥା ସମ୍ଭବ ସହଯୋଗ କରିବାକୁ କହିଛନ୍ତି ।

ଭାରତୀୟ ଅର୍ଥନୀତି ବର୍ତ୍ତମାନ ଦ୍ରୁତ ଗତୀରେ ଅଭିବୃଦ୍ଧି କରୁଥିବା ବେଳେ ଖୂବ୍‌ଶୀଘ୍ର ବିଶ୍ୱର ତୃତୀୟ ବୃହତ ଅର୍ଥନୀତିରେ ପରିବର୍ତ୍ତନ ହେବାକୁ ଯାଉଛି । ଏହି ଦୃଷ୍ଟରୁ ଭାରତ ଏହାର ଡିଜିଟାଲ ମାର୍କେଟ୍ ଉପରେ ନିଜେ ନିୟନ୍ତ୍ରଣ ରଖିବା ଜରୁରୀ ଏବଂ ଭାରତ କୌଣସି ବିଦେଶୀ ବ୍ରାଉଜର ଉପରେ ନିର୍ଭର କରିବା ଆବଶ୍ୟକ ନୁହଁ । ଏହା ସହିତ ଭାରତୀୟ ମାନଙ୍କର ଗପନୀୟତା ଏବଂ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ୱେବ୍ ବ୍ରାଉଜର କ୍ଷେତ୍ରରେ ସରକାର ଆତ୍ମନିର୍ଭର ହେବାକୁ ଚାହୁଁଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି । ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସରକାର ଏହି ପ୍ରୋଗ୍ରାମ୍ ଦ୍ୱାରା ଦେଶରେ ଏକ ନୂଆ ଭରଷା ଯୋଗ୍ୟ ବ୍ରାଉଜର ସୃଷ୍ଟି କରିବା ସହିତ ଆମେରୀକିୟ ବ୍ରାଉଜର କମ୍ପାନୀ ଗୁଡ଼ିକ ସହିତ ମୁଲଚାଲ କରିବାର କ୍ଷମତାକୁ ମଧ୍ୟ ବଢାଇବାକୁ ଚାହୁଛନ୍ତି ।

ସିମିଲାର ୱେବ୍ ବ୍ରାଉଜର ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଜୁଲାଇ ମାସରେ ଭାରତରେ ୮୫୦ ମିଲିୟନର ବିଶାଳ ଇଣ୍ଟରନେଟ୍ ବଜାରରେ ୮୮.୪୭% ଉପଭୋକ୍ତା ସହିତ ଗୁଗୁଲ୍ କ୍ରୋମ୍ ପ୍ରଥମ ସ୍ଥାନରେ ରହିଛି । ଏହା ପଛକୁ ୫.୨୨% ସହିତ ସଫାରି ଦ୍ୱିତୀୟ ସ୍ଥାନରେ ରହିଛି । ୨% ସହିତ ମାଇକ୍ରୋସଫ୍ଟ ଏଡ୍‌ଜ ତୃତୀୟ, ୧.୫% ସହିତ ସାମସଙ୍ଗ ଇଣ୍ଟରନେଟ୍ ଚତୁର୍ଥ, ୧.୨୮% ସହିତ ମୋଜିଲା ଫାୟାରଫକ୍ସ ପଞ୍ଚମ ସ୍ଥାନରେ ରହିଥିଲା ବେଳେ ଅନ୍ୟମାନଙ୍କ ପାଖରେ ୧.୫୩% ଉପଭୋକ୍ତା ରହିଛନ୍ତି ।

Get real time updates directly on you device, subscribe now.