fbpx

EPFO ଖାତାଧାରୀଙ୍କ ପାଇଁ ଖୁସିଖବର, ଖୁବ୍ ଶୀଘ୍ର ଆସିପାରେ ପିଏଫ୍ ସୁଧ

ନୂଆଦିଲ୍ଲୀ: ଯଦି ଆପଣ ସରକାରୀ ଏବଂ ଅଣ-ସରକାରୀ ସଂଙ୍ଗଠିତ କ୍ଷେତ୍ରରେ କାମ କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ସରକାର ଖୁବଶୀଘ୍ର ଦେଶର ପ୍ରାୟ ୬ କୋଟିରୁ ଅଧିକ କର୍ମଚାରୀଙ୍କୁ ପିଏଫ୍ ଖାରେ ଆର୍ଥିକ ବର୍ଷ ୨୦୨୨ ର ସୁଧ ଟ୍ରନ୍ସଫର କରିବାକୁ ଯାଉଛନ୍ତି । ପିଏଫ୍ ଦେଉଥିବା ସଂସ୍ଥା ଇପିଏଫଓ କର୍ମଚାରୀଙ୍କ ଖାତାରେ ୩୦ ଜୁନ୍ ପର୍ଯ୍ୟନ୍ତ ସୁଧ ଟ୍ରାନ୍ସଫର କରିପାରନ୍ତି । କେନ୍ଦ୍ର ସରକାର ପିଏଫ୍ ୮.୧ ପ୍ରତିଶତ ସୁଧ ଦେଇଥାନ୍ତି । ଅବଶ୍ୟ, ଖାତାରେ ସୁଧ ଟ୍ରାନ୍ସଫର କରିବା ବିଷୟରେ ଇପିଏଫଓ ତରଫରୁ କିଛି କୁହାଯାଇନାହିଁ ।

ଇପିଏଫଓ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ସୁଧ ଦର ୮.୧ % ନିର୍ଦ୍ଧାରିତ କରିଛି । ଯେତେବେଳେକି  ୨୦୨୦-୨୧ ରେ ୮.୫% ସୁଧ ରହିଥିଲା । ସେହିପରି ଏହା ପୂର୍ବରୁ ୨୦୧୯-୨୦ ଆର୍ଥିକ ବର୍ଷରେ ପିଏଫ୍ ୮.୬୫ %, ୨୦୧୭-୧୮ ରେ ୮.୫୫%, ୨୦୧୬-୧୭ ରେ ୮.୬୫% ଏବଂ ୨୦୧୫-୧୬ ରେ ୮.୮ % ସୁଧ ରହିଥିଲା ।

ତେବେ ନିଜ ପିଏଫ୍ ଖାତାର ବାଲାନ୍ସ ଜାଣିବା ପାଇଁ କେଉଁଠାକୁ ଯିବାର ଆବଶ୍ୟକତା ନାହିଁ । ଆପଣ ଇପିଏଫଓର ଅଫିସିଆଲ ୱେବସାଇଟ ପକତୂପିତଚ କୁ ଯାଇ ନିଜର ବାଲାନ୍ସ ଜାଣିପାରିବେ । ଏହି ୱେବସାଇଟକୁ ଯାଇ ଇ-ପାସବୁକ୍ ଉପରେ କ୍ଲିକ୍ କରନ୍ତୁ ଏହାପରେ ଆପଣଙ୍କୁ ଆପଣଙ୍କ ୟୁଏଏନ ନମ୍ବର, ପାସୱାର୍ଡ ଏବଂ କ୍ୟାପ୍ଚା ଭରିବାକୁ ହେବ । ଯାହାପରେ ଆପଣ ଆପଣଙ୍କର ଆକାଉଣ୍ଟର ସମସ୍ତ ତଥ୍ୟ ଦେଖିପାରିବେ ।

Get real time updates directly on you device, subscribe now.