fbpx

ଭୈରବ ଘାଟିରେ ୫୦ ଫୁଟ ଗଭୀର ଖାଇକୁ ଖସିଲା ବସ୍‌: ୫ ଯାତ୍ରୀଙ୍କ ଚାଲିଗଲା ଜୀବନ, ଆହୁରି ବଢ଼ିପାରେ ସଂଖ୍ୟା

ଇନ୍ଦୋର: ଇନ୍ଦୋର ଭୈରବ ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା। ୫୦ ଫୁଟ ଗଭୀର ଖାଇକୁ ଖସି ଓଲଟିପଡିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଜଣ ଯାତ୍ରୀଙ୍କୁ ମୃତ୍ୟୁ ଘଟିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ବସ୍ ତଳେ ଡ୍ରାଇଭର ସମେତ କିଛି ଯାତ୍ରୀ ଫସି ରହଛନ୍ତି। ଘଟଣାସ୍ଥଳରେ ସିମ୍‌ରୋଲ ଥାନା ପୋଲିସ ସହ ଉଦ୍ଧାର କାରୀ ଟିମ୍ ପହଞ୍ଚି ବସ୍ ତଳୁ ଯାତ୍ରୀଙ୍କୁ ବାହାର କରିବା କାର୍ଯ୍ୟ ଜାରି ରଖିଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।


ସୂଚନା ମୁତାବିକ, ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଏକ ବସଟି ଇନ୍ଦୋରରୁ ଖଣ୍ଡୱା ଅଭିମୁଖେ ଯାଉଥିଲା। ସିମରୋଲ ଥାନା ଅଞ୍ଚଳର ଭୈରବ ଘାଟରେ ଡ୍ରାଇଭର ଜଣକ ବସ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ୫୦ ଫୁଟ ଖାଇ ତଳକୁ ଖସିପଡିଥିଲା। ଏନେଇ ସୂଚନା ପାଇବା ପରେ ତୁରନ୍ତ ଆମ୍ବୁଲାନ୍ସ ସହିତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଉଛି । ତେବେ ଦୁର୍ଘଟଣା ପ୍ରକୃତ କାରଣ ଜଣାପଡିନାହିଁ।

Get real time updates directly on you device, subscribe now.