fbpx

ଦୀପାବଳୀ ପୂର୍ବରୁ ସରକାରଙ୍କ ବଡ଼ ଉପହାର : ଶସ୍ତା ହୋଇପାରେ ଚାଉଳର ମୂଲ୍ୟ

ନୂଆଦିଲ୍ଲୀ : ପାର୍ବଣ ଋତୁ ଆରମ୍ଭ ହେବ ପୂର୍ବରୁ ମଧ୍ୟ ଚାଉଳର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଥିଲେ । ଚାଉଳ ଉପରେ ରପ୍ତାନି ଶୁଳ୍କର ଅବଧି ଆସନ୍ତା ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ବର୍ତ୍ତମାନ ବ୍ୟବସାୟୀମାନଙ୍କୁ ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ ଚାଉଳ ରପ୍ତାନି ଉପରେ ଶୁଳ୍କ ଦେବାକୁ ପଡିବ । ବିଶେଷ କଥା ଏହା ଯେ, ଅର୍ଥ ମନ୍ତ୍ରଣାଳୟ ଏଥିପାଇଁ ବିଜ୍ଞପ୍ତି ଜାରି କରିଛି। ଏଥି ସହିତ ବିଶେଷଜ୍ଞମାନେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଘରୋଇ ବଜାରରେ ଚାଉଳର ମୂଲ୍ୟ ହ୍ରାସ କରିପାରେ।

ବାସ୍ତବରେ, ଗତ ଅଗଷ୍ଟ ମାସରେ କେନ୍ଦ୍ର ସରକାର ସିଝା ଚାଉଳ ରପ୍ତାନି ଉପରେ ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରିଥିଲେ। ତା’ପରେ ସରକାର କହିଥିଲେ ଯେ, ସିଝା ଚାଉଳ ରପ୍ତାନି ଉପରେ ରପ୍ତାନି ଶୁଳ୍କ ଅକ୍ଟୋବର ୧୬ ୨୦୨୩ ପର୍ଯ୍ୟନ୍ତ ବଳବତ୍ତର ରହିବ । ଅର୍ଥାତ୍ ଅକ୍ଟୋବର ୧୬ ପର୍ଯ୍ୟନ୍ତ ବ୍ୟବସାୟୀମାନଙ୍କୁ ଚାଉଳ ରପ୍ତାନି ଉପରେ ୨୦ ପ୍ରତିଶତ ଶୁଳ୍କ ଦେବାକୁ ପଡିବ। କିନ୍ତୁ ଦୁର୍ଗା ପୂଜା ଏବଂ ଦୀପାବଳି ସମୟରେ ଚାଉଳର ଚାହିଦା ବଢିଥାଏ । ଏଭଳି ପରିସ୍ଥିତିରେ ଚାଉଳର ମୂଲ୍ୟ ମଧ୍ୟ ବଢିପାରେ । ଏହାର କାରଣ ହେଉଛି ସିଝା ଚାଉଳ ରପ୍ତାନି ମୂଲ୍ୟ ବୃଦ୍ଧି ନହେବା ପାଇଁ କେନ୍ଦ୍ର ସରକାର ଅକ୍ଟୋବର ୧୬ ୨୦୨୩ର ସମୟ ସୀମା କୁ ବୃଦ୍ଧି କରି ମାର୍ଚ୍ଚ ୩୧ ୨୦୨୪ ପର୍ଯ୍ୟନ୍ତ କରିଛନ୍ତି ।

ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଚାଉଳ ରପ୍ତାନୀକାରୀ ଦେଶ । ଏହି ଆର୍ଥିକ ବର୍ଷରେ, ଏପ୍ରିଲରୁ ଜୁନ୍ ମଧ୍ୟରେ ଭାରତ ସମୁଦାୟ ୧୫.୫୪ ଲକ୍ଷ ଟନ୍ ଅଣ ବାସମତି ଧଳା ଚାଉଳ ରପ୍ତାନି କରିଥିଲା। ସେହି ସମୟରେ, ଗତ ବର୍ଷ ସମାନ ଅବଧିରେ ଏହି ସଂଖ୍ୟା ମାତ୍ର ୧୧.୫୫ ଲକ୍ଷ ଟନ୍ ଥିଲା । ଏହାର ଅର୍ଥ ହେଉଛି ଚଳିତ ବର୍ଷ ଅଧିକ ଚାଉଳ ଦେଶରୁ ବିଦେଶକୁ ରପ୍ତାନି ହୋଇଛି। ଏଭଳି ପରିସ୍ଥିତିରେ ରପ୍ତାନି ଶୁଳ୍କ ଲାଗୁ କରି ଚାଉଳ ରପ୍ତାନି ହ୍ରାସ ପାଇବ ବୋଲି ସରକାର ଆଶା କରୁଛନ୍ତି। ଏହା ବ୍ୟତୀତ ଏହା ଖୁଚୁରା ବଜାରରେ ଚାଉଳର ମୂଲ୍ୟ ହ୍ରାସ କରିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.