fbpx

ଓଡ଼ିଶାରେ ୧୩୦୦ ସରକାରୀ ପଦ ଖାଲି: ଅକ୍ଟୋବର ୧୬ ଆବେଦନର ଶେଷ ତାରିଖ

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ସରକାରଙ୍କ ଅଧିନରେ ୧୩୦୦ ପଦରେ ନିଯୁକ୍ତି ଦିଆଯିବ । ଏଥିପାଇଁ ଆବେଦନ କରିବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ଅକ୍ଟୋବର ମାସ ୧୬ ତାରିଖ ପୂର୍ବରୁ ଆବେଦନ କରି ନିଅନ୍ତୁ । ଆଶାୟୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଏ ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ ।

ଓଡ଼ିଶା ସବ-ଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସଏସସି) ପକ୍ଷରୁ ୯୨୧ଟି ଲ୍ୟାବ ଟେକ୍ନିସିଆନ ପଦ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଏଥିପାଇଁ ପ୍ରାର୍ଥୀ ଯୁକ୍ତ ଦୁଇ ବିଜ୍ଞାନ ପାସ୍ କରିବା ସହିତ ମେଡିକାଲ ଲାବୋରେଟୋରି ଟେକ୍ନୋଲୋଜିରେ ଡିପ୍ଲୋମା ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଆସନ୍ତା ୧୫ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ଅନଲାଇନରେ ରେଜିଷ୍ଟ୍ରେସନ ଓ ୨୦ ତାରିଖ ସୁଦ୍ଧା ଅନଲାଇନରେ ଆପ୍ଲିକେସନ ସବମିଟ୍ କରିପାରିବେ ।

ସେହିପରି ଓଏସଏସଏସସି ପକ୍ଷରୁ ୩୭୮ଟି ରେଡିଓଗ୍ରାଫର ପଦ ପାଇଁ ନିଯୁକ୍ତି ସୁଯୋଗ ରହିଛି । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧-୩୮ ମଧ୍ୟରେ ରହିବା ସହିତ ସେ ପ୍ରାସଙ୍ଗିକ ବିଭାଗରେ ଯୁକ୍ତଦୁଇ / ଡିପ୍ଲୋମା ପାସ୍ କରିଥିବା ଆବଶ୍ୟକ । ଆସନ୍ତା ୧୫ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ଅନଲାଇନରେ ରେଜିଷ୍ଟ୍ରେସନ ଓ ୨୦ ତାରିଖ ସୁଦ୍ଧା ଅନଲାଇନରେ ଆପ୍ଲିକେସନ ସବମିଟ୍ କରିପାରିବେ ।

ଲ୍ୟାବ ଟେକ୍ନିସିଆଲ ନୋଟିଫିକେସନ ଲିଙ୍କ: https://www.osssc.gov.in/Docs/LT-Adv-709.PDF

ଲ୍ୟାବ ଟେକ୍ନିସିଆଲ ଆବେଦନ ଲିଙ୍କ: https://www.osssc.gov.in/Public/OSSSC/Default.aspx

ରେଡିଓଗ୍ରାଫର ନୋଟିଫିକେସନ ଲିଙ୍କ: https://www.osssc.gov.in/Docs/Radiographer-Full-adv-717.PDF

ରେଡିଓଗ୍ରାଫର ଆବେଦନ ଲିଙ୍କ: https://www.osssc.gov.in/Public/Pages/Post_detail_information.aspx

Get real time updates directly on you device, subscribe now.