fbpx

Deepfake-ମିଥ୍ୟା ଗୁଜବକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ: ଭାଇରାଲ ଖବରରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ବିଭିନ୍ନ ମିଥା ଗୁଜବ ଏବଂ ଡିପଫେକ ଭଳି କଣ୍ଟେଣ୍ଟ ଖୁବ ଭାଇରାଲ ହେଉଛି । ଯାହା ସାଧାରଣ ଲୋକଙ୍କ ଜୀବନରେ ଅନେକ ପ୍ରଭାବ ପକାଉଛି । ତେଣୁ ଏଭଳି ଭାଇରାଲ ଖବର ତଥା ଫଟୋ-ଭିଡିଓ ଇତ୍ୟାଦିରୁ ଲୋକଙ୍କୁ ମୁକ୍ତି ଦେବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ସାଇବର ୱିଙ୍ଗ ପ୍ରସ୍ତୁତ କରାଯାଇଛି । ଲୋକସଭା ନିର୍ବାଚନ ସମୟରେ ମିଥ୍ୟା ଖବର ଉପରେ ଅଧିକ ନଜର ରଖାଯାଇ ପାରିବ । ଏହାସହିତ କୌଣସି ଫେକ୍ ପୋଷ୍ଟ ଦେଖିବା ମାତ୍ରେ ଏହି ୱିଙ୍ଗ ପୋଷ୍ଟକୁ ଡିଲିଟ କରିପାରିବ । ଏ ନେଇ ଗୃହ ମନ୍ତ୍ରାଳୟ ତରଫରୁ ନୋଟିସ ମଧ୍ୟ ଜାରି ହୋଇଯାଇଛି ।

ନିର୍ବାଚନ ଆୟୋଗର ନିର୍ଦ୍ଦେଶ ଅନୁସାରେ, ଗୃହ ମନ୍ତ୍ରାଳୟର I4C ୱିଙ୍ଗ(ଇଣ୍ଡିଆନ୍ ସାଇବର କ୍ରାଇମ କଣ୍ଟ୍ରୋଲ ଆଣ୍ଡ କାର୍ଡିନେସନ୍) ୱିଙ୍ଗ ଏବେ ସୋସିଆଲ ମିଡିଆ ପୋଷ୍ଟ ଉପରେ ନଜର ରଖିବ । ଏଥିରେ ପୋଷ୍ଟ ହେଉଥିବା ବିଭିନ୍ନ ଡିପଫେକ, ମିଥ୍ୟା ଗୁଜବ ବା ଫେକ୍ ମେସେଜ ଇତ୍ୟାଦିକୁ ସୋସିଆଲ ମିଡିଆରୁ ହଟାଇବା ପାଇଁ ସାଇବର ଏକ୍ସପର୍ଟମାନଙ୍କୁ ନେଇ ଏହି ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରାଯାଇଛି । ଫେସବୁକ, ଏକ୍ସ/ଟ୍ୱିଟର, ଇନଷ୍ଟାଗ୍ରାମ ତଥା ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ କୌଣସି ବିପଦଜନକ କଣ୍ଟେଣ୍ଟ ଅପଲୋଡ ହେଲେ ମଧ୍ୟ ଏହାକୁ ଡିଲିଟ କରିପାରିବ I4C । ସାଇବର ୱିଙ୍ଗ ଆଇ୪ସିକୁ ମେଟି(Meity- ମିନିଷ୍ଟ୍ରି ଅଫ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ ଟେକନୋଲୋଜି) ଅଧିକ କ୍ଷମତା ମିଳିପାରିଛି । ଏ ନେଇ ଏମଏଚଏ ତରଫରୁ ନୋଟିଫିକେସନ ଜାରି କରାଯାଇଛି ।

ସାଧାରଣ ନିର୍ବାଚନ ପୂର୍ବରୁ ଗୃହ ମନ୍ତ୍ରାଳୟ ସାଇବର ୱିଙ୍ଗ I4C କୁ ଅଧିକ ଶକ୍ତିଶାଳୀ କରିଛି । ଏହାସହିତ ସୋସିଆଲ ମିଡିଆରେ କୌଣସି ବିପଦଜନକ କଣ୍ଟେଣ୍ଟ ଅପଲୋଡ କରାଗଲେ ଏହାକୁ ଯଥାଶୀଘ୍ର ଡିଲିଟ କରିବାକୁ ନିର୍ଦ୍ଦେଶ ଦେବ I4C  ୱିଙ୍ଗ । ତେବେ ପୂର୍ବରୁ ଏହି ଅନୁମତି କେବଳ ମୈଟୀ ହାସଲ କରିପାରିଥିଲା । ଏହାବ୍ୟତୀତ ନିର୍ବାଚନୀ ପ୍ରଚାର ଅଭିଯାନ ସମୟରେ ଫେକ୍ ନ୍ୟୁଜକୁ ରୋକିବା ସହ ସରକାର ଏଥିପାଇଁ ଏକ ସ୍ୱତନ୍ତ୍ର ପ୍ରଣାଳୀ ଆରମ୍ଭ କରିବେ ସରକାର । ତେବେ ଦେଶର ଯେକୌଣସି ପୋଲିସ ଏହି ୱିଙ୍ଗ ସହ ଯୋଗାଯୋଗ କରିପାରିବେ ।

Get real time updates directly on you device, subscribe now.