fbpx

(video)ଗୋଟିଏ ଗୋଡରେ ଛିଡା ହୋଇ ଶିଳ୍ପା କଲେ ଜବରଦସ୍ତ ୱାର୍କଆଉଟ୍‌, ଭିଡିଓ ସେୟାର କରି ଦେଲେ ଫିଟନେସ୍ ମନ୍ତ୍ର

ଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ଶିଳ୍ପା ଆଶ୍ଚର୍ଯ୍ୟଜନକ ଭାବରେ ଏକ୍ସରସାଇଜ୍ କରୁଥିବା ନଜର ଆସୁଛନ୍ତି । ଏଥିରେ ତାଙ୍କ ଅଭିନବ ଷ୍ଟାଇଲ ବି ଦେଖିବାକୁ ମିଳିଛି ।

ଶିଳ୍ପା ନିଜ ଲାଇଫ୍ ସହ ଜଡିତ ସବୁ ଅପଡେଟ୍ ଫ୍ୟାନ୍ସଙ୍କ ସହ ସେୟାର କରିଥାନ୍ତି । ସେ ନିଜର ଆକ୍ଟିଂ କ୍ୟାରିୟର ସହିତ ଫିଟନେସ୍ ଉପରେ ବି ଖୋଲାଖୋଲି କଥା ହୋଇଥାନ୍ତି । ଇନଷ୍ଟାଗ୍ରାମରେ ସେ ନିଜର ଫିଟନେସ୍ ଭିଡିଓ ସେୟାର କରିଥାନ୍ତି । ଆଜି ଅର୍ଥାତ୍ ସୋମବାର ସକାଳେ ସେ ଏହିପରି ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓଟି ଏବେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି ।

ଫିଲ୍ମ ସୁଖୀରେ ନଜର ଆସିଥିବା ଶିଳ୍ପା ନିଜ ଫ୍ୟାନମାନଙ୍କୁ ଫିଟନେସ୍ ମନ୍ତ୍ର ଦେଇଛନ୍ତି । ଅଭିନେତ୍ରୀ ଏକ ବେଞ୍ଚ ଉପରେ ଏକ ଗୋଡରେ ଛିଡା ହୋଇ ଏପରି କମାଲ ଏକ୍ସରସାଇଜ୍ କରିଛନ୍ତି ଯାହା ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସିଛି । ଭିଡିଓରେ ଶିଳ୍ପା ଜିମ୍ ୱିୟର ପିନ୍ଧିଛନ୍ତି ଓ ନିଜ ଶରୀର ଉପରେ ସନ୍ତୁଳନ ରଖି କମାଲ ଏକ୍ସରସାଇଜ କରିଛନ୍ତି । ଅଭିନେତ୍ରୀ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ମୋତେ କୌଣସି ବି ର‌୍ୟାମ୍ପ ଦିଅ ମୁଁ ଏହାକୁ ଆପଣାଇ ନେବି । ସବୁ ବାଲାନ୍ସର ଖେଳ ଅଟେ । ଏହା ଏକ ବହୁତ ସୁନ୍ଦର ଲେଗ୍ ୱାର୍କଆଉଟ୍ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.