fbpx

(Video) ଏକତରଫା ପ୍ରେମରେ ବିଫଳ ହୋଇ ହିଂସ୍ର ହୋଇ ଉଠିଲା ଯୁବକ; ଭାଉଜକୁ ନପାଇ ଭାଇର ଜୀବନ ନେଲା ଭାଇ

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ସ୍ତ୍ରୀକୁ ଏକତରଫା ପ୍ରେମ କରି ସ୍ୱାମୀଙ୍କୁ ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ । ସ୍ତ୍ରୀକୁ ଅଶ୍ଲୀଳ ମେସେଜ ପଠାଇ ହଇରାଣ କରୁଥିବାରୁ ଖୋର୍ଦ୍ଧା ବନମାଳିପୁରରେ ଯୁବକକୁ ତାଗିଦ କରିଥିଲେ ସ୍ୱାମୀ ଅକ୍ଷୟ ମାଝୀ । ରାଗ ରଖି ଅକ୍ଷୟଙ୍କୁ ଦିଲୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଭାଉଜ ଭାଉଜ ଡାକି ଭାଉଜ ପାଖକୁ ଦିଅର ପଠାଉଥିଲେ ଅଶ୍ଲୀଳ ମେଜସ୍ , ଖରାପ କଥା ଲେଖିବା ସହ ଖରାପ ଇସରା କରୁଥିଲା ଏମିତିକି ବିଭିନ୍ନ ଆଳ ଦେଖାଇ ଭାୁଜକୁ ପ୍ରେମ ନିବେଦନ କରିବାକୁ ଚେଷ୍ଟା କରୁଥିଲା ଦିଅର, ଏସବୁ ଘଟଣାକୁ ସ୍ୱାମୀ ବିରୋଧ କରିବାରୁ ସ୍ୱାମୀ ଖାଇଲା ହଣା , ସାଙ୍ଗମାନଙ୍କ ସହ ମିଶି ଗୋଡାଇ ଗୋଡାଇ ଭାଇକୁ ମାରିଲା ଭାଇ, ମାରି ସାରିବା ପରେ ନିଛାଟିଆ ଯାଗାରେ ଫୋପାଡି ଦେଇ ଛୁ ମାରିଲା ଏକତରଫା ପ୍ରେମ କରୁଥିବା ଯୁବକ । ଏକତରଫା ପ୍ରେମ ପାଇଁ ସ୍ତ୍ରୀ ମଥାରୁ ଲିଭିଗଲା ସିନ୍ଦୁର , ବିବିହିତା ମହିଳାଙ୍କ ସ୍ୱାମୀକୁ ହତ୍ୟା କରି ରାସ୍ତାରୁ କଣ୍ଟା ହଟାଇବାକୁ ଚାହୁଁଥିଲା , ତୁ ମୋର ହେବୁନି ମାନେ କାହାର ବି ହେବାକୁ ଦେବିନି , ଏକତରଫା ପ୍ରେମରେ ବିଫଳ ହେବା ପରେ ନିଜ ସ୍ୱପ୍ନର ରାଜକୁମାରୀକୁ ନପାଇ ହିଂସ୍ର ହୋଇ ଉଠିଥିଲେ ଯୁବକ ଭାୁଜକୁ ନପାଇବାରୁ ଭାକୁ ହାଣି ପକାଇଲା ।

ଭାୁଜକୁ ଏକତରଫା ପ୍ରେମ କରି ଭାଇ ସମ୍ପକୀୟ ଭାଇ ହତ୍ୟା କରିଥିବା ଅଭିଯୋଗ । ଭାଉଜକୁ ଅଶ୍ଲୀଳ ମେସେଜ ପଠାଇ ହଇରାଣ କରୁଥିବାରୁ ଖୋର୍ଦ୍ଧା ବନମାଳିପୁରରେ ଯୁବକକୁ ତାଗିଦ କରିଥିଲେ ସ୍ୱାମୀ ଅକ୍ଷୟ ମାଝୀ । ରାଗ ରଖି ଅକ୍ଷୟଙ୍କୁ ଦିଲୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମହଲା ସାହିର ବାସିନ୍ଦା ଅକ୍ଷୟ ମାଝୀ ନାମକ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ପୂର୍ବରୁ ସ୍ଥାନୀୟ ଗାଁର ଦିଲୁ ନାମକ ଯୁବକ ଅକ୍ଷୟଙ୍କ ପତ୍ନୀଙ୍କୁ ବାରମ୍ବାର ମୋବାଇଲରେ ଅଶ୍ଳୀଳ ମେସେଜ୍ ପଠାଇଥିଲେ । ଏହାକୁ ବିରୋଧ କରିଥିଲେ ଅକ୍ଷୟ । ପରେ ଅକ୍ଷୟ ଏବଂ ଦିଲୁ ବାଲକାଟୀ ଫାଣ୍ଡି ଅଞ୍ଚଳରେ ହାତାହାତି ମଧ୍ୟ ହୋଇଥିଲେ । ଏକ ପାଖିଆ ପ୍ରେମ ଆକ୍ରମଣର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି । ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରୁଛି ।

ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ନୂଆସାହି ନିକଟ ମହଲା ସାହିର ଅକ୍ଷୟ ମାଝୀଙ୍କୁ ଗତକାଲି ରାତିରେ ସଂଘବଦ୍ଧ ଆକ୍ରମଣ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ଅକ୍ଷୟଙ୍କ ମୃତ୍ୟୁ ଘଟିଛି । ଦୁର୍ବୃତ୍ତମାନେ ତାଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ ପରେ ଏକ ନିଛାଟିଆ ଜାଗାରେ ପକାଇ ଦେଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲକୁ ନେଇଥିଲେ । ତାଙ୍କର ମୁଣ୍ଡ, ହାତ, ଗୋଡ଼ ଏବଂ ଶରୀରର ବିଭିନ୍ନ ଜାଗାରେ ଗୁରୁତର ଆଘାତ ଲାଗିଥିଲା ।ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଛି । ବାଲିପାଟଣା ପୁଲିସ ଘଟଣାର ତଦନ୍ତ କରି ୨ ଜଣଙ୍କୁ ସନ୍ଦେହରେ ଅଟକ ରଖିଛି । ମୃତ ଅକ୍ଷୟଙ୍କ ପତ୍ନୀ ଶ୍ରାବଣୀ ମାଝୀ ଆଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.