fbpx

ଘର ମନ୍ଦିରରେ ପିତୃପୁରୁଷଙ୍କ ଫଟୋ ଲଗାଇବା ଉଚିତ କି ନୁହେଁ, ଏ ସଂପର୍କରେ କ’ଣ ରହିଛି ନିୟମ

ଓଡ଼ିଶା ଭାସ୍କର: ଏପରି ବହୁ ସମୟରେ ଦେଖାଯାଇଥାଏ କି ଆମେ ପିତୃପୁରୁଷଙ୍କ ଫଟୋ ଘରର ଯେକୌଣସି ସ୍ଥାନରେ ଲଗାଇ ଦେଇଥାଉ । ବହୁ ସମୟରେ ଆମେ ଘରର ମନ୍ଦିର ଭିତରେ ବି ପିତୃପୁରୁଷଙ୍କ ଫଟୋ ଲଗାଇ ଦେଇଥାଉ । ପିତୃପୁରୁଷଙ୍କ ଫଟୋ ଘରର ମନ୍ଦିରରେ ଲଗାଇବା ଉଚିତ କି ନା ସେ ବିଷୟରେ ମଥୁରା ବୃନ୍ଦାବନରେ ପ୍ରବଚନ କରୁଥିବା ପ୍ରେମାନନ୍ଦ ମହାରାଜ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ।

ପ୍ରେମାନନ୍ଦ ମହାରାଜ କହିଛନ୍ତି , ଯଦି ଆପଣଙ୍କ ଭାବନାରେ ଆପଣଙ୍କ ପିତୃପୁରୁଷ ଆପଣଙ୍କ ପାଇଁ ଠାକୁର ଅଟନ୍ତି ତେବେ ସେମାନଙ୍କ ଫଟୋ ମନ୍ଦିରରେ ରଖିବାରେ କୌଣସି ସମସ୍ୟା ନାହିଁ । ଠାକୁରଙ୍କ ରୂପ କିଏ ଦେଖିଛି । କିନ୍ତୁ ଆପଣ ଯେପରି ମାନି ନେଇଛନ୍ତି ତାହା ହିଁ ତାଙ୍କ ସ୍ୱରୂପ । ତେଣୁ ଆପଣ ନିଜ ପିତାମାତାଙ୍କୁ ଯଦି ଭଗବାନ ବୋଲି ଭାବୁଛନ୍ତି ତେବେ ତାଙ୍କ ଫଟୋ ମନ୍ଦିରରେ ରଖିବାରେ କିଛି ଭୁଲ୍ ନାହିଁ । ଅନ୍ୟଥା ଏପରି କରିବା ଦ୍ୱାରା ମଙ୍ଗଳ ହେବ ନାହିଁ ।

ଯଦି ଆମେ ମାତାପିତାଙ୍କୁ କେବଳ ମାତାପିତା ଓ ନଶ୍ୱର ମାନବ ରୂପରେ ଦେଖୁଛୁ ତେବେ ଆମେ ତାଙ୍କୁ ଭଗବାନଙ୍କ ସିଂହାସନରେ ରଖିବା ଅନୁଚିତ । ସେ କହିଛନ୍ତି ଆମେ ଯଦି ଭାବୁଛୁ ଆମ ମାତାପିତାଙ୍କ ଫଟୋରେ ଭଗବାନ ଲୁଚି ରହିଛନ୍ତି ତେବେ ଭଗବାନଙ୍କ ସାକ୍ଷାତ ଦର୍ଶନ ହୋଇଯିବ । ଏହାପରେ ଆପଣ ଅଲଗା ଭାବରେ ଭଗବାନଙ୍କୁ ଫଟୋ ରଖନ୍ତୁ କି ନ ରଖନ୍ତୁ ସେଥିରେ କୌଣସି ଫରକ ପଡିବ ନାହିଁ । ଯଦି ମନ୍ଦିରରେ ମାତାପିତାଙ୍କ ଫଟୋ ଲଗାଇଛନ୍ତି ଓ ମାନୁଛନ୍ତି କି ସେ ହିଁ ମୋର ଭଗବାନ ତେବେ ପ୍ରତିଦିନ ତାଙ୍କ ସେବା କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ଭଗବତ୍ ପ୍ରାପ୍ତି ହୋଇଯିବ ।

Get real time updates directly on you device, subscribe now.