fbpx

‘ଘଡ଼ଘଡ଼ି ମାରୁଛି.. ସତର୍କ ରୁହନ୍ତୁ’: ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା

ଭୁବନେଶ୍ୱର: ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କ କରିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୩ ଘଣ୍ଟା ଭିତରେ ଗଞ୍ଜାମର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ରାଜ୍ୟରେ ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଘଡ଼ଘଡ଼ି ମାରିବା ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଆଜି ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ଆସନ୍ତା କାଲି ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ଏବଂ ୧୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି । ବଜ୍ରପାତ ସହିତ ୩୦ ରୁ ୪୦ କିମିରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଇଛି । ମୋଗରାଇରେ ଆଜି ସକଳେ ପର୍ବଳ ବର୍ଷା ସହିତ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ମୋବାଇଲ ଚଲାଉଥିବା ସମୟରେ ବଜ୍ରାଘାତର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି ।

Get real time updates directly on you device, subscribe now.