fbpx

(Video) ଦୋକାନରେ ହନୁମାନ ଚାଳିସା ଲଗାଇବାରୁ ମାରପିଟ କଲେ ମୁସଲମାନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜଣେ ଦୋକାନୀକୁ ମୁସଲମାନ ମାନେ ମାରପିଟ କରିଛନ୍ତି । କାରଣ ଦୋକାନୀ ଜଣକ ଦୋକାନରେ ଉଚ୍ଚ ଧ୍ୱନୀରେ ଭଜନ ବଜାଉଥିଲେ । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହି ଭିଡିଓରେ ଦେଖାଯାଉଛି ଯେ, କିଛି ଜଣ ଯୁବକ ଦୋକାନୀଙ୍କ ପାଖକୁ ଆସୁଛନ୍ତି । ସେମାନଙ୍କ ମଧ୍ୟରେ କିଛି ସମୟ କଥାବାର୍ତ୍ତା ଚାଲିଛି ଏହାପରେ ସେମାନଙ୍କ ମଧ୍ୟରେ ମାରପିଟ ଚାଲିଛି । ଏହି ମାମଲାକୁ ନେଇ ନିକଟସ୍ତ ଥାନାରେ ମାମଲା ରୁଜୁ ହୋଇଛି ।

ନ୍ୟୁଜ ଏଜେନ୍ସି ଏଏନଆଇ ମୁତାବକ ଏହି ଘଟଣା ବେଙ୍ଗାଲୁର ସିଦ୍ଦାତ୍ରା ଅଞ୍ଚଳରେ ଏକ ମେଡିକାଲ ଷ୍ଟୋରର ଅଟେ । ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ସମସ୍ତ ଘଟଣା ରେକର୍ଡ ହୋଇଛି । ବେଙ୍ଗାଲୁରୁ ପୋଲିସର କହିବାନୁଯାୟୀ, ଅଭିଯୁକ୍ତମାନଙ୍କୁ ଗିରଫ କରାଯିବାକୁ ପ୍ରୟାସ କରାଯାଉଛି ।

ଦୋକାନୀଙ୍କ କହିବାନୁଯାୟୀ, ସେହି ଲୋକେ ପ୍ରଥମେ ଟଙ୍କା ମାଗିବା ପାଇଁ ଆସନ୍ତି । ହେଲେ ଟଙ୍କା ନ ଦେବା କାରଣରୁ ମଧ୍ୟ ବିବାଦ ହୋଇଥିଲା । ସେହିଦିନ ହନୁମାନ ଚାଳିସା ବଜାଇବାକୁ ନେଇ ସେମାନେ ଆପତ୍ତି କରିଥିଲେ । ଏହା ପରେ ଯୁକ୍ତି ହେଲା ଏବଂ ବଦଳାଇବା ପାଇଁ ସେମାନେ ମାରପିଟ କରିଥିଲେ ।

Get real time updates directly on you device, subscribe now.