fbpx

ପାକିସ୍ତାନ କରିଛି ଏୟାର ଷ୍ଟାଇକ୍!; ସାଙ୍ଘାତିକ ଅଭିଯୋଗ ଆଣିଲେ ତାଲିବାନ ସରକାର

ନୂଆଦିଲ୍ଲୀ : ଆଫଗାନିସ୍ତାନର ତାଲିବାନ ସରକାର ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ କରିଥିବା ଅଭିଯୋଗ ଆଣିଛି ତାଲିବାନ । ତାଲିବାନ କହିଛି ଯେ ଏହି ଆକ୍ରମଣରେ ଅତି କମରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି । ତାଲିବାନର ଜଣେ ମୁଖପାତ୍ର କହିଛନ୍ତି ଯେ ପାକିସ୍ତାନ ସୀମା ନିକଟରେ ଥିବା ଖୋଷ୍ଟ ଏବଂ ପକ୍ତିକା ପ୍ରଦେଶରେ ରହୁଥିବା ସାଧାରଣ ନାଗରିକଙ୍କ ଘରେ ଏହି ବିମାନ ଗୁଡ଼ିକ ବୋମାମାଡ଼ କରିଥିଲା । ଆଫଗାନିସ୍ତାନର ନ୍ୟୁଜ୍ ଚ୍ୟାନେଲ୍ ଟୋଲୋ ନ୍ୟୁଜ୍ ଅନୁଯାୟୀ, ଏୟାର ଷ୍ଟ୍ରାଇକ୍ ପରେ ସୀମାନ୍ତ ଅଞ୍ଚଳରେ ତାଲିବାନ ଏବଂ ପାକିସ୍ତାନୀ ସେନା ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଛି ।

ଉଭୟଙ୍କ ମଧ୍ୟରେ ସଂଘର୍ଷ ଭିତରେ ଗୁଳିମାଡ଼ରେ ୩ ଜଣ ପାକିସ୍ତାନୀ ସୈନିକ ମଧ୍ୟ ଆହତ ହୋଇଛନ୍ତି । ଏହି ପୂରା ଘଟଣାକୁ ନେଇ ପାକିସ୍ତାନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ କିଛି ବିଶେଷଜ୍ଞ ଏହାକୁ ପାକିସ୍ତାନର ପ୍ରତିଶୋଧ ଭାବେ ଦେଖୁଛନ୍ତି । ବାସ୍ତବରେ ଦେଖିବାକୁ ଗଲେ ସପ୍ତାହକ ତଳେ ପାକିସ୍ତାନସେନାର ସୁରକ୍ଷା ପୋଷ୍ଟରେ ଆତ୍ମଘାତୀ ବିସ୍ଫୋରଣ ପରେ ପାକିସ୍ତାନ ଏହାର ଜବାବ ଦେବାକୁ ଚେତାବନୀ ଦେଇଥିଲା । ଆଫଗାନିସ୍ତାନରେ ଥିବା ଉଗ୍ରବାଦୀ ଗୋଷ୍ଠୀ ମାନେ ତାଙ୍କ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରୁଛନ୍ତି ବୋଲି ପାକିସ୍ତାନ ଅଭିଯୋଗ କରିଛି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛି ଆଫଗାନିସ୍ତାନ ।

Get real time updates directly on you device, subscribe now.