fbpx

ନିର୍ବାଚନ ପୂର୍ବରୁ କମିଶନଙ୍କ ବଡ଼ ଆକ୍ସନ: ୬ ରାଜ୍ୟର ଗୃହ ସଚିବଙ୍କୁ ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଡ଼ା ଆକ୍ସନ ମୋଡକୁ ଆସିଛନ୍ତି ନିର୍ବାଚନ ଆୟୋଗ । ଦେଶରେ ମୋଟି ୬ଟି ରାଜ୍ୟର ଗୃହ ସଚିବଙ୍କୁ ଦାୟିତ୍ୱରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଇଲେକ୍ସନ କମିଶନ୍ । ଏହାବ୍ୟତୀତ ପଶ୍ଚିମବଙ୍ଗର ଡିଜିପିଙ୍କୁ ମଧ୍ୟ ହଟାଇବାକୁ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି । ନିର୍ବାଚନରେ ସମାନ ସୁଯୋଗ ଯୋଗାଇ ଦେବା ପାଇଁ ଏଭଳି ଏକ ପଦକ୍ଷେପ ନିଆଯାଇଛି । ଚଳିତବର୍ଷ ଲୋକସଭା ନିର୍ବାଚନରେ ସମସ୍ତ ନାଗରିକଙ୍କୁ ସୁଯୋଗ ମିଳିପାରିବ ।

ଲୋକସଭା ନିର୍ବାଚନ ପୂର୍ବରୁ ଗୁଜୁରାଟ ଏବଂ ଉତ୍ତରପ୍ରଦେଶ ସମେତ ଦେଶର ୬ଟି ରାଜ୍ୟର ଗୃହ ସଚିବଙ୍କୁ ଦାୟିତ୍ୱରୁ ହଟାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ନିର୍ବାଚନ କମିଶନ୍ । ଏହି ତାଲିକାରେ ଗୁଜୁରାଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ହିମାଚଳ ଏବଂ ଉତ୍ତରାଖଣ୍ଡ ଇତ୍ୟାଦି ରାଜ୍ୟ ସାମିଲ ରହିଛି । ଏହି ରାଜ୍ୟଗୁଡ଼ିକର ଗୃହ ସଚିବଙ୍କ ବ୍ୟତୀତ ପଶଚିମବଙ୍ଗର ଡିଜିପିଙ୍କୁ ମଧ୍ୟ ତାଙ୍କ ପଦବୀରୁ ହଟାଇବା ପାଇଁ କମିଶନ୍ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ବୃହମୁମ୍ବାଇ ନଗର ଆୟୁକ୍ତଜ ଇକବାଲ ସିଂହ ଚହଲଙ୍କ ସହିତ ଅତିରିକ୍ତ ଆୟୁକ୍ତ ଏବଂ ଉପାୟୁକ୍ତକୁ ମଧ୍ୟ ହଟାଇ ଦିଆଯାଇଛି । ସେହିପରି ମିଜୋରାମ ଏବଂ ହିମାଚଳ ପ୍ରଦେଶର ଜିଏଡି ସଚିବଙ୍କୁ ମଧ୍ୟ ପଦରୁ ବାଦ୍ ଦିଆଯାଇଛି ।

ସୂଚନା ଅନୁସାରେ, ଚଳିତବର୍ଷ ଦେଶରେ ୭ ଟି ପର୍ୟ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଜୁନ୍ ୪ ରେ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ମାର୍ଚ୍ଚ ୧୬ ରେ ନିର୍ବାଚନ କାର୍ୟ୍ୟସୂଚୀ ପ୍ରକାଶ କରି ନିର୍ବାଚନ ଆୟୋଗ କମିଶନର ରାଜୀବ କୁମାର ଭୋଟରଙ୍କୁ ଏକ ବିଶେଷ ଆବେଦନ କରିଥିଲେ ଏବଂ ଯଥାସମ୍ଭବ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ।

Get real time updates directly on you device, subscribe now.