fbpx
BSKY SKY
BSKY SKY

ଏମାର ମଠରେ ଆଜି ପୁଣି ଚାଲିଛି GPRS ସର୍ଭେ

BSKY

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଏମାର ମଠର ଖନନ ସ୍ଥଳରେ ଆଜି ପୁଣି ଚାଲିଛି ଜିପିଆରଏସ ସର୍ଭେ । ରାତିରେ ସର୍ଭେ ଖବର ପ୍ରସାରଣ ପରେ ସକାଳେ ହୋଇଛି ସର୍ଭେ କାମ । ଜିପିଆରଏସରେ ୩ଟି ମେସିନ୍, ୫ ଇଞ୍ଜିନିୟର ଓ ୮ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୪ ଦିନରେ ସର୍ଭେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ଓବିସିସି । ସର୍ଭେ ରିପୋର୍ଟ ଖୁବଶୀଘ୍ର ଓବିସିସିକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

ତେବେ ଏହା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାତି ଅଧିଆ ଜିପିଆରଏସ ସର୍ଭେ ହୋଇଥିବା ସୂଚନା ମିଳିଥିଲା । ଜିପିଆରଏସ ସର୍ଭେ ଚାଲିଥିବା ନେଇ କାର୍ଯ୍ୟରତ ଅଧିକାରୀ ସୂଚନା ଦେଇଥିଲେ । ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହି ସର୍ଭେ ହୋଇଥିଲା । ଓବିସିସି ଚିଠି କ୍ରମେ ଗୁଜରାଟ ଆଇଆଇଟି ପକ୍ଷରୁ ସର୍ଭେ ହୋଇଥିଲା । ୪ ଦିନ ଭିତରେ ସର୍ଭେ ଶେଷ କରିବାକୁ ନିର୍ଦ୍ଦେଶ ଥିବା ଜଣାପଡିଛି ।

ଏମାର ମଠ, କାକୁଡ଼ିଖାଇ ମନ୍ଦିର, ଦକ୍ଷିଣ ଓ ପଶ୍ଚିମ ଦ୍ୱାରରେ ସର୍ଭେ ଚାଲିଛି । ମାତ୍ର ଜିପିଆରଏସ ସର୍ଭେ ନେଇ ସରକାର କିମ୍ବା ଏଏସଆଇ କିଛି ସ୍ପଷ୍ଟ କରିନି । ଲୁଚାଛପାରେ ରାତି ଅଧିଆ ସର୍ଭେକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ମାମଲା କୋର୍ଟରେ ଥିବା ବେଳେ ରାତିଅଧିଆ ସର୍ଭେକୁ ନେଇ ପ୍ରଶ୍ନ ଉଠୁଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଲାଗି ରହିଛି ।

Get real time updates directly on you device, subscribe now.