fbpx
BSKY SKY
BSKY SKY

ଠାକୁରଙ୍କ ଚାପଖେଳ ବେଳେ ବୁଡ଼ିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଭକ୍ତ ଓ ସେବାୟତ

BSKY

ନୟାଗଡ଼(ଓଡ଼ିଶା ଭାସ୍କର): ନୟାଗଡ଼ ଶରଣକୂଳ ଲଡ଼ୁବାବାଙ୍କ ପୀଠରେ ଘଟିଛି ଅଘଟଣ । ଠାକୁରଙ୍କ ଚାପ ଖେଳ ବେଳେ ଓଲଟିଯାଇଛି ଡଙ୍ଗା, ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨୭ ଭକ୍ତ ଓ ସେବାୟତ ।

ସୂଚନା ଅନୁସାରେ, ଚନ୍ଦନଯାତ୍ରା ପାଇଁ ଲଡ଼ୁବାବାଙ୍କ ଚନ୍ଦନପୋଖରୀରେ ଗତ ୨୧ ଦିନ ହେବ ଠାକୁରଙ୍କ ଚାପଖେଳ ଚାଲିଥିଲା । ଗତକାଲି ଭଉଁରୀ ଯାତ୍ରା ପାଇଁ ଡଙ୍ଗାକୁ ଆକର୍ଷଣୀୟ ଭାବେ ସଜାଯାଇ ଚାପଖେଳ ଚାଲିଥିଲା ।

ଡଙ୍ଗାରେ ଠାକୁରଙ୍କ ପ୍ରତିମା ସହ ପ୍ରାୟ ୨୭ ଜଣ ରହିଥିଲେ । ସେମାନଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ଥିଲେ । କୂଳଠାରୁ ମାତ୍ର କିଛି ଦୂରରେ ଡଙ୍ଗାଟି ଅଚାନକ୍ ଓଲଟିପଡ଼ିଥିଲା । ସେଠାରେ ଉପସ୍ଥିତ ଥିବା କିଛି ଲୋକ ପୋଖରୀ ଭିତରକୁ ଡେଇଁ ଲୋକଙ୍କୁ ଉଦ୍ଧାର କରିଥିଲେ ।

Get real time updates directly on you device, subscribe now.