fbpx
BJD
BJD SKY
BJD SKY

କଏଦୀଙ୍କ ଦେହରେ ଲଗାଯିବ GPS System: ଜେଲରୁ ଖସିଲେ ପୋଲିସକୁ ମିଳିବ ସିଗନାଲ

ଭୁବନେଶ୍ୱର: ଏଥର ଜେଲରୁ ଖସିଯିବା କଏଦୀଙ୍କ ପାଇଁ ସମ୍ଭବ ହେବ ନାହିଁ । କାରଣ ଖୁବଶୀଘ୍ର କଏଦୀମାନଙ୍କ ଉପରେ ନଜର ରଖିବା ପାଇଁ ଆସିପାରେ ହାଇଟେକ୍ ଟେକନୋଲୋଜି । ଏଣିକି କଏଦୀଙ୍କ ଦେହରେ ଜିପିଏସ ସିଷ୍ଟମ ଲାଗୁ କରିବା ପାଇଁ ଜେଲ୍ ବିଭାଗ ଚିନ୍ତା କରୁଛି । ତେବେ ଏହାଦ୍ୱାରା ଜେଲରେ କଏଦୀମାନଙ୍କ ବୋଝ ମଧ୍ୟ କମ୍ ହୋଇପାରିବ । ଏହାଦ୍ୱାରା ଜେଲର ଚାରିକାନ୍ଥ ଭିତରେ ଲୁଚି ରହିବେନି କଏଦୀ । କଏଦୀଙ୍କୁ ନେଇ ଏଭଳି କିଛି ଅଦ୍ଭୁତ ଏବଂ ନୂଆ ପ୍ରସ୍ତାବ ଦେଇଛି ଜେଲ୍ ବିଭାଗ ।
ଜେଲରୁ କଏଦୀମାନଙ୍କ ବୋଝ କମ୍ କରିବା ପାଇଁ ଜେଲ ବିଭାଗ ଏକ ହାଇଟେକ୍ ପ୍ରସ୍ତାବ ଦେଇଛି । ଜେଲରେ ଥିବା କଏଦୀମାନଙ୍କ ଦେହରେ ଜିପିଏସ ସିଷ୍ଟମ ଲାଗୁ କରିବା ପାଇଁ କହିଛି ଜେଲ ବିଭାଗ । ତେବେ ସାଧାରଣ ଅପରାଧରେ ସମ୍ପୃକ୍ତ କଏଦୀଙ୍କଠାରେ ଏହି ଜିପିଏସ ସିଷ୍ଟମ ଲାଗୁ କରାଯିବ । ବିଶେଷ କରି ୭ ବର୍ଷରୁ କମ୍ ସଜା ହେବାକୁ ଥିବା କଏଦୀମାନଙ୍କ ଦେହରେ ଲାଗିବ ଜିପିଏସ ଟ୍ରାକର୍ । ଏହାପରେ ସେମାନଙ୍କୁ ଜେଲର ଚାରିକାନ୍ଥ ଭିତରେ ରଖିବାକୁ ପଡ଼ିବ ନାହିଁ । ଜିପିଏସ ଲଗାଯିବା ପରେ ଏହି ଅପରାଧୀମାନଙ୍କୁ ଘରକୁ ଛାଡ଼ି ଦେବା ପାଇଁ ପ୍ରସ୍ତାବ ଦେଇଛି ଜେଲ୍ ବିଭାଗ ।

ଜେଲ୍ ବିଭାଗ ତରଫରୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ, କଏଦୀମାନଙ୍କ ଆଣ୍ଠୁରେ ଜିପିଏସ ଲଗାଇ ସେମାନଙ୍କୁ ଘରକୁ ଛାଡ଼ି ଦିଆଯିବ । ତେବେ ସେମାନଙ୍କ ଆଣ୍ଠୁରେ ଲାଗିଥିବା ଏହି ଜିପିଏସ ଟ୍ରାକର୍ ଦ୍ୱାରା କଏଦୀଙ୍କ ଅବସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ପାଇପାରିବ ପୋଲିସ । ଏହି ତଥ୍ୟ ଜେଲର କର୍ତ୍ତୃପକ୍ଷଙ୍କ ନିକଟରେ ରହିବ ଏବଂ ପ୍ରତି ମୁହୂର୍ତ୍ତରେ ସେ ଅପଡେଟ ରହିପାରିବେ । ଏହାବ୍ୟତୀତ ଅପରାଧୀ ଯଦି ଜିପିଏସ କାଢିବା ପାଇଁ ଚେଷ୍ଟା ବି କରନ୍ତି, ତେବେ ସ୍ଥାନୀୟ ଥାନାକୁ ଏହାର ଆଲର୍ଟ ଯିବ ଏବଂ କଏଦୀଙ୍କୁ ଧରିବାରେ ପୋଲିସ ସଫଳ ହୋଇପାରିବ ।

Get real time updates directly on you device, subscribe now.