fbpx

ସବୁବେଳେ ଆପଣଙ୍କୁ କ୍ଲାନ୍ତି ଓ ନିଦୁଆ ଲାଗୁଛି କି ? ତେବେ ତୁରନ୍ତୁ ଏହିସବୁ ଜିନିଷ ଖାଇବା ବନ୍ଦ କରି ଦିଅନ୍ତୁ , ଅନ୍ୟଥା….

ନୂଆଦିଲ୍ଲୀ: ସବୁ ସମୟରେ ଯଦି ଆପଣ କ୍ଲାନ୍ତି ଓ ନିଦୁଆ ଅନୁଭବ କରିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ସହିତ ଆପଣଙ୍କ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବ । ଯଦି ଆପଣଙ୍କୁ ସବୁ ସମୟରେ କ୍ଲାନ୍ତି ଓ ନିଦୁଆ ଲାଗୁଛି ତେବେ ଏହା ପଛରେ ନିଶ୍ଚୟ କିଛି ଯଥାଯଥ କାରଣ ରହିଛି । କିଛି ଏପରି ଖାଦ୍ୟପଦାର୍ଥ ରହିଛି ଯାହା ନିୟମିତ ଖାଇବା ଦ୍ୱାରା ମଧ୍ୟ ଆପଣଙ୍କୁ ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ । ଆସନ୍ତୁ ଜାଣିବା ସେହିସବୁ ଖାଦ୍ୟପଦାର୍ଥ ବିଷୟରେ….. ।
ପ୍ରୋସେସଡ୍ ଫାଷ୍ଟଫୁଡ୍‌:
ପ୍ରୋସେସଡ୍ ଫାଷ୍ଟଫୁଡରେ ରିଫାଇନଡ କାର୍ବୋହାଇଡ୍ରେଟ୍‌, ଅସ୍ୱାସ୍ଥ୍ୟକର ଫ୍ୟାଟ୍ ଓ ସୁଗାର ଭରପୁର ମାତ୍ରାରେ ରହିଥାଏ । ଏହି ଖାଦ୍ୟ ଖାଇବା ଦ୍ୱାରା ବ୍ଲଡ ସୁଗାର ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ କିମ୍ବା ଦ୍ରୁତ ଗତିରେ ହ୍ରାସ ପାଇଥାଏ । ଏହି କାରଣରୁ ଆପଣ କ୍ଲାନ୍ତି ଅନୁଭବ କରିଥାନ୍ତି ।
ହାଇ ସୁଗାର ଫୁଡସ୍‌:
ଅଧିକ ସୁଗାରଯୁକ୍ତ ଖାଦ୍ୟପଦାର୍ଥ ଯେପରିକି କ୍ୟାଣ୍ଡି, ଅଧିକ ମିଠା ପାନୀୟ, ପାଷ୍ଟ୍ରୀ ଇତ୍ୟାଦି ଖାଇବା ଦ୍ୱାରା ଆପଣଙ୍କୁ କିଛି ସମୟ ଲାଗି ଏନର୍ଜି ତ ମିଳିବ କିନ୍ତୁ ଏହି ଏନର୍ଜି ପରବର୍ତ୍ତୀ ସମୟରେ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିବ । ଏହି ଖାଦ୍ୟ ଖାଇବା ଦ୍ୱାରା ବ୍ଲଡ ସୁଗାର ସ୍ତର ଦ୍ରୁତ ଗତିରେ ବଢିବା ସହ ଅଚାନକ ହ୍ରାସ ବି ପାଇଥାଏ । ଏହି କାରଣରୁ ଆପଣଙ୍କୁ କ୍ଲାନ୍ତି ଲାଗିଥାଏ ।
ହାଇ ଫ୍ୟାଟଫୁଡ୍‌:
ଏକ ବାଲାନ୍ସ ଡାଏଟ୍ ଲାଗି ଫ୍ୟାଟ ବହୁତ ଆବଶ୍ୟକ ହୋଇଥାଏ କିନ୍ତୁ ବହୁତ ଅଧିକ ଫ୍ୟାଟଯୁକ୍ତ ଖାଇବା ଦ୍ୱାରା ନିଦ ଓ କ୍ଲାନ୍ତି ଲାଗିଥାଏ ।
ରିଫାଇନଡ ଗ୍ରେନ୍‌:
ରିଫାଇନଡ୍ ଗ୍ରେନରେ ଫାଇବର ଓ ଆଣ୍ଟି ଅକ୍ସିଡାଣ୍ଟର ମାତ୍ରା ବହୁତ ଅଧିକ ରହିଥାଏ ଏହି କାରଣରୁ ରକ୍ତ ଶର୍କରା ସ୍ତର ଅଚାନକ ବଢାଇ ଦେବା ସହିତ ଅଚାନକ କମ୍ କରି ଦେଇଥାଏ ।
କଫି ଓ ଏନର୍ଜି ଡ୍ରିଙ୍କ:
କଫି ଓ ଏନର୍ଜି ଡ୍ରିଙ୍କ ପିଇବା ଦ୍ୱାରା ଆପଣଙ୍କୁ ବହୁତ କମ୍ ସମୟ ଲାଗି ଏନର୍ଜି ମିଳିଥାଏ । କିନ୍ତୁ ଏହା ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଆପଣଙ୍କୁ ନିଦ୍ରାହୀନତା ସମସ୍ୟା ଦେଖାଦେଇପାରେ । ରାତିରେ ଠିକ୍ ଭାବରେ ନିଦ ନ ହେବାରୁ ଆପଣଙ୍କୁ ପ୍ରାୟ ସମୟ ନିଦୁଆ ଓ କ୍ଲାନ୍ତି ଲାଗିପାରେ ।

Get real time updates directly on you device, subscribe now.