fbpx

ଖୁବ ଶୀଘ୍ର ରାଜନୀତି ଏବଂ ଦେଶ ଛାଡିବେ ଇମରାନ : ଜାଣି ନିଅନ୍ତୁ କେଉଁଠିକୁ ହେବେ ସ୍ଥାନାନ୍ତର

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବ ମୁଖ୍ୟମନ୍ତ୍ରୀ ଇମରାନ ଖାନଙ୍କ ସମସ୍ୟା କାମିବାର ନାମ ନେଉ ନାହିଁ । କେତେବେଳେ ତାଙ୍କୁ ଜାମିନ ମିଳୁଛି ତ ଆଉ କେତେବଳେ ଜେଲ ହେଉଛି । ଇମରାନ ଖାନ କ୍ଷମତାରୁ ଓହରିବା ପରେ ପୁଣିଥରେ ନିର୍ବାଚନରେ ସାମିଲ ହେବାକୁ ଚାହୁଥିଲେ, ତାଙ୍କ ସହ ଜନସାଧାରଣ ମଧ୍ୟ ରାଲିରେ ସାମିଲ ହେଉଥିଲେ । ଜଣାପଡୁଥିଲା ଯେ, ଓବାମା ତାଙ୍କ ସହିତ ଅଛନ୍ତି । କିନ୍ତୁ ସେହେବାଜ ସରକାର ତାଙ୍କ ଉପରେ ଏତେ ପରିମାଣର କେସ ଲାଦି ଦେଲେ ଯେ, ସେହି କେସ ଗୁଡିକରୁ ଇମ୍ରାନ କେବେ ମୁକୁଳିବେ ତାହା ଜାଣି ପାରୁନାହାନ୍ତି ।

କିନ୍ତୁ ଏହା ମଧ୍ୟରେ ପାକିସ୍ତାନ ମିଡିଆ ରିପୋର୍ଟରୁ ମିଳିଥିବା ସୂଚନା ଅନୁସାରେ କୁହାଯାଇଛି ଯେ, ଇମରାନ ବର୍ତ୍ତମାନ ଦେଶ ଏବଂ ରାଜନିତି ଛାଡି ଚାଲି ଯିବେ । ଏହା ସହିତ ସେ କହିଛନ୍ତି ଇମରାନ ଏବଂ ସୈନ୍ୟମାନଙ୍କ  ମଧ୍ୟରେ କିଛି ଡିଲ ଚାଲିଛି । ଏହା ପରେ ଇମରାନଙ୍କୁ ଜେଲରୁ ମୁକ୍ତ କରାଯିବ, ଏହାପରେ ସେ ଦେଶ ଓ ରାଜନୀତି ଉଭୟ ଛାଡି ଦେବେ ।

ପାକିସ୍ତାନ ମିଡିଆ ରିପୋର୍ଟରେ ଲଗାତାର ଭାବରେ ଏହି ଖବର ପ୍ରକାଶ ପାଇବାରେ ଲାଗିଛି ଯେ, ଇମ୍ରାନ ଖୁବ ଶୀଘ୍ର ଦେଶ ଏବଂ ରାଜନୀତି ଠାରୁ ଦୂରେଇ ଯିବେ । ତାଙ୍କ ସାମ୍ନାରେ ଏହି ଦୁଇଟି ଜିନିଷକୁ ଛାଡିବାର ବିକଳ୍ପ ରଖାଯାଇଛି । ଇମ୍ରାନଙ୍କୁ ତୋଷଖାନା କେସରେ ୩ ବର୍ଷର ଜେଲ ଦଣ୍ଡ ହୋଇଥିଲା । ଏହାସହିତ ୫ ବର୍ଷ ପର୍ଯ୍ୟନ୍ତ ସେ ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ ।

ତୋଷଖାନା କେସ ବ୍ୟତୀତ ଇମରାନଙ୍କ ବିରୋଧରେ ଅହୁରି ୩ ଟି ମାମଲା ରହିଛି । ଯାହାକି ଇମ୍ରାନଙ୍କ ବିରୋଧରେ ପ୍ରମାଣ ମଧ୍ୟ ରହିଛି । ଇମ୍ରାନ ନିଜେ ମଧ୍ୟ ଜାଣିଛନ୍ତି ତାଙ୍କୁ ଏହି ମାମଲାରେ ଦଣ୍ଡ ମିଳିବା ସୁନିଶ୍ଚିତ, ଏହାପରେ ବି ଯଦି ସେ କିଛି ଡିଲ ନ କରନ୍ତି ତେବେ ତାଙ୍କୁ ସାରା ଜୀବନରେ ଜେଲରେ ବିତାଇବାକୁ ପଡିବ । ଏହି କାରଣ ପାଇଁ ଇମରାନ ଡିଲ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏନେଇ ‘ଦ ଡିଲ ଜଙ୍ଗ’ ଅନୁସାରେ ସୈନ୍ୟ ମାନେ ମଧ୍ୟ ମଞ୍ଜୁରୀ ଦେବା ପାଇଁ ବିଚାର କରୁଛନ୍ତି। ଯଦି ଇମରାନ ପାକିସ୍ତାନ ଛାଡୁ ନାହାନ୍ତି ତେବେ ତାଙ୍କ ଦଳର ଅନେକ ନେତାଙ୍କୁ ନିର୍ବାଚନ ଲଢିବା ପାଇଁ ଅଟକା ଯିବ । ଏହା ସହିତ ଜେଲକୁ ମଧ୍ୟ ପଠାଯିବ ।

Get real time updates directly on you device, subscribe now.