fbpx

କେତେ ଦିନ ଚାଲିବ ଭାରତର ସୌର ମିଶନ୍? ଜାଣନ୍ତୁ Aaditya-L1କୁ ନେଇ ଇସ୍ରୋର ପ୍ଲାନ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ପରୀକ୍ଷଣ ପରେ ଇସ୍ରୋ ବର୍ତ୍ତମାନ ନୂଆ ପ୍ଲାନ ଚଳାଇଛି । ଆସନ୍ତା ୨ ତାରିଖରୁ ସୂର୍ଯ୍ୟରେ ବି ପତାକା ଉତ୍ତୋଳନ କରିବ ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଇସ୍ରୋ ୨ ତାରିଖରେ Aaditya-L1 ଲଞ୍ଚ କରିବାକୁ ଯାଉଛି । ସକାଳ ୧୧.୫୦ରେ ଭାରତ ନିଜର ସୌର ମିଶନ୍ ଲଞ୍ଚ କରିବ । ଅନ୍ତରୀକ୍ଷ ଯାନକୁ ପୃଥିବୀରୁ ପ୍ରାୟ ୧.୫ ମିଲିୟନ୍ କି.ମି ଦୂରରେ ଥିବା ସୂର୍ଯ୍ୟ-ପୃଥିବୀ ପ୍ରଣାଳୀର ଲେଙ୍ଗ୍ରେଜ ବିନ୍ଦୁ ୧(L1) ନିକଟରେ ‘ହେଲୋ କକ୍ଷ’ରେ ସ୍ଥାପିତ କରିବା ହେଉଛି ଇସ୍ରୋର ପ୍ରଥମ ଏବଂ ମୁଖ୍ୟ ଉଦ୍ଦେଶ୍ୟ ।

ଅନ୍ତରୀକ୍ଷ ଏଜେନ୍ସି କହିଛି ଯେ, ମିଶନ୍ ଦ୍ୱାରା ଇସ୍ରୋ ପ୍ରକୃତ ସମୟରେ ପାଣିପାଗ ଉପରେ ସୌର ଗତିବିଧିର ପ୍ରଭାବ ଅଧ୍ୟନ କରିପାରିବ । ସେହିପରି କୋରୋନଲ ହିଟିଙ୍ଗ, କୋରୋନଲ ମାସ ଇଜେକ୍ସନ, ପ୍ରି-ଫ୍ଲେୟର ଏବଂ ଫ୍ଲେୟର ଗତିବିଧି ସହ ସେଗୁଡ଼ିକର ବିଶେଷତ୍ୱ, ଗତିଶୀଳତା, ସ୍ପେସ ୱେଦର, ପାର୍ଟିକଲ୍ସ ଇତ୍ୟାଦିକୁ ମଧ୍ୟ ବୁଝିବା ହେଉଛି ମିଶନ ଆଉ କିଛି ମୁଖ୍ୟ ଉଦ୍ଦେଶ୍ୟ । ତେବେ ପୃଥିବୀରୁ ନିର୍ଦ୍ଦିଷ୍ଟ ମିଶନ୍ ସ୍ଥଳକୁ ଯାତ୍ରା ୧.୫ ମିଲିୟନ୍ କି.ମି. ଦୂରତା ଅତିକ୍ରମ କରିବା ପାଇଁ Aaditya-L1କୁ ୪ ମାସ ସମୟ ଲାଗିବ । ନିଜ ୱେବସାଇଟରେ ଇସ୍ରୋ କହିଛି ଯେ, ଅନ୍ତରୀକ୍ଷ ଯାନକୁ ପ୍ରଥମେ ପୃଥିବୀର ନିମ୍ନ କକ୍ଷରେ ରଖାଯିବ ।

ଏହାପରେ କକ୍ଷପଥକୁ ଅଧିକ ଆଲେପଟିକାଲ୍ କରାଯିବ ଏବଂ ପରେ ମହାକାଶଯାନ ଅନ୍-ବୋର୍ଡ ପ୍ରବୃତ୍ତି ବ୍ୟବହାର କରି ଲାଗ୍ରେଞ୍ଜ ପଏଣ୍ଟ L1 ଆଡକୁ ପ୍ରୋଜେକ୍ଟ ଲଞ୍ଚ କରାଯିବ । ଏଲ୧ ଆଡକୁ ଯାତ୍ରା କରିବା ସମୟରେ ଆଦିତ୍ୟ L1 ପୃଥିବୀର ମାଧ୍ୟାକର୍ଷଣ କ୍ଷେତ୍ରରୁ ବାହାରକୁ ଆସିବା ପରେ ଏହାର ‘କ୍ରୁଜ୍ ଷ୍ଟେପ୍’ ଆରମ୍ଭ ହେବ ଏବଂ ମହାକାଶଯାନକୁ L1 ଚାରିପାଖରେ ଏକ ବଡ଼ ହାଲୋ କକ୍ଷପଥରେ ରଖାଯିବ ।

Get real time updates directly on you device, subscribe now.