fbpx
BSKY
BJD SHG SKY
BJD MC SKY

ଅଧିକାଂଶ ସମୟ ଚିନ୍ତାରେ ରହିଲେ ବଢ଼ିଥାଏ ମୋଟାପଣ : ସର୍ଭେରୁ ଖୁଲାସା

ମେଦ ବା ଓଜନ ବୃଦ୍ଧି ଆଜିକାଲି ଏକ ସାଧାରଣ କଥା ପାଲଟିଗଲାଣି। ଅସନ୍ତୁଳିତ ଖାଦ୍ୟ ଏଥିପାଇଁ ଅନେକାଂଶରେ ଦାୟୀ। ହେଲେ ଏହି ତାଲିକାରେ ନିକଟରେ ଏକ ନୂଆ କଥାକୁ ସାମିଲ କରାଯାଇଛି। ତାହା ହେଲା ଅତ୍ୟଧିକ ଚିନ୍ତା। ଯଦି ଜଣେ ବ୍ୟକ୍ତି ଅଧିକାଂଶ ସମୟ ଚିନ୍ତାରେ ରୁହନ୍ତି ତେବେ ତାହା ତାଙ୍କର ମେଦ ବୃଦ୍ଧି ପାଇଁ କେତେକାଂଶରେ ଦାୟୀ ବୋଲି ସଦ୍ୟତମ ସର୍ଭେରୁ ଜଣାପଡିଛି।

‘ଅତ୍ୟଧିକ ଚିନ୍ତା ଓ ମେଦବୃଦ୍ଧି’ ବିଷୟକୁ ନେଇ ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଅଧିକାଂଶ ସମୟ ଚିନ୍ତାଗ୍ରସ୍ତ ରହୁଥିବା ବ୍ୟକ୍ତିମାନଙ୍କୁ ଏହାର ପରିସରଭୁକ୍ତ କରାଯାଇଥିଲା। ଏହାସହ ସେମାନଙ୍କର ଓଜନ କେତେ ରହୁଛି ତାହାକୁ ତନ୍ନ ତନ୍ନ କରି ତର୍ଜମା କରିଥିଲେ ବିଶେଷଜ୍ଞମାନେ।

ଆଶ୍ଚର୍ଯ୍ୟଜନକ ଭାବରେ ଯେଉଁମାନେ ଅଧିକାଂଶ ସମୟ ଚିନ୍ତାରେ ରହୁଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତିଙ୍କର ଓଜନରେ ତାରତମ୍ୟ ଦେଖିବାକୁ ମିଳିଥିଲା। ତେଣୁ ଓଜନକୁ ସନ୍ତୁଳିତ ରଖିବା ପାଇଁ ଚିନ୍ତାଠାରୁ ନିଜକୁ ଯେତେସମ୍ଭବ ଦୂରେଇ ରଖିବା ଦରକାର ବୋଲି ଉକ୍ତ ୟୁନିଭର୍ସିଟିର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Get real time updates directly on you device, subscribe now.