fbpx
BJD SKY
BJD SKY

Big Breaking; ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଉପରେ ମୋହର: ପ୍ରାଥମିକ ଶିକ୍ଷକଙ୍କର ବଢିବ ଦରମା

BJD

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୭ଟି ପ୍ରସ୍ତାବ ଉପରେ ମୋହର ମାରଇଛନ୍ତି ସରକାର । ଏହି ବୈଠକରେ ପ୍ରାଥମିକ ଶିକ୍ଷକଙ୍କ ବେତନ ହାରରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାସହିତ ଓଆଇଏସ କ୍ୟାଡରର ପୁନଃଗଠନ କରାଯିବା ନେଇ ମଧ୍ୟ ଏହି ବୈଠକରେ ଅନୁମୋଦନ ମିଳିଛି । ସେହିପରି ସମବାୟ ସଂସ୍ଥାଗୁଡ଼ିକ ପାଇଁ ୫ ବର୍ଷ ପର୍ଯ୍ୟନ୍ତ ପାଣ୍ଠି ବ୍ୟବସ୍ଥା କରିବେ ସରକାର । ଏଥିପାଇଁ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ସରକାର ଅନୂମୋଦନ ଦେଇଛନ୍ତି ।

ଏହାବ୍ୟତୀତ ରାଜ୍ୟରେ ଲୋକଙ୍କ ଉଦ୍ଦେଶ୍ୟରେ ‘ଆମ ବସଷ୍ଟାଣ୍ଡ’ ଯୋଜନାକୁ ଆରମ୍ଭ କରିବା ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସମଗ୍ର ରାଜ୍ୟରେ ବସଷ୍ଟାଣ୍ଡ ଗୁଡ଼ିକର ଉନ୍ନତି କରଣ କରାଯାଇ ସୁବିଧା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ନେଇଛି କ୍ୟାବିନେଟ । ଅନ୍ୟ ପକ୍ଷରେ ଢେଙ୍କାନାଳ ବିରସାଲରେ ଥିବା ବିପିଏସିର ମଧ୍ୟ ଉନ୍ନତିକରଣ କରାଯିବ । ନୂଆ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ମଧ୍ୟ କ୍ୟାବିନେଟ ବୈଠକରେ ଏକ ବଡ଼ ଘୋଷଣା କରାଯାଇଛି । କର୍ମଚାରୀମାନଙ୍କୁ ଅବସରକାଳୀନ ସୁବିଧା ଯୋଗାଇ ଦିଆଯିବା ନେଇ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିପାରିଛି । ସେହିପରି ଖୁବଶୀଘ୍ର ଅଣବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ବୃତ୍ତିରେ ସଂଶୋଧନ ବ୍ୟବସ୍ଥା କରାଯିବ ବୋଲି କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.